ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

‘ଆଲ୍ଲା ହୋ ଆକବର’ ନ କହିବାରୁ ଜଣେ ଲ’ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼

ହାଇଦ୍ରାବାଦଏକ ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ବୋଲିବାକୁ କହି ଜଣେ ଲ’ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି। ପିଲାଟିକୁ ତଳେ ପକାଇ ଅତି ନିଷ୍ଠୁର ଭାବେ କେତେକ ସହପାଠୀ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଗୋଇଠା ମାରୁଉଛି ତ’ ପୁଣି କିଏ ବିଧା ମାରୁଛି। ଧାର୍ମିକ ଅସହିଷ୍ଣୁତାର ଏହି ବିକଳ ଚିତ୍ର ହାଇଦ୍ରାବାଦରୁ ଆସିଛି। ଭିଡିଓଟି ଏବେ ଭାଇରାଲ ହେବାରା ଲାଗିଛି।  ICFAI ଫାଉଣ୍ଡେସନ୍ ନାମକ ଅନୁଷ୍ଠାନର ହିମାଙ୍କ ବଂଶଲ ନାମକ ଜଣେ ଛାତ୍ରଙ୍କ ସହ ଘଟିଛି ଏମିତି ଅତ୍ୟାଚାର। ହିମାଙ୍କକୁ ତଳେ ପାକାଇ କେତେକ ଛାତ୍ର ଗୋଇଠା ବିଧା ମାରୁଥିବା ଦେଖିବାକୁ ମିଳିଛି। ତଳେ ପଡ଼ି ମାଡ଼ ଖାଉଥିବା ପିଲାଟି ଅତି ଅସହାୟ ଭାବେ  ‘ଜୟ ମାତାଦି ଓ  ଆଲ୍ଲା ହୋ  ଆକବର’ ସ୍ଲୋଗାନ ଦେଇଉଥିବା ଲକ୍ଷ କରାଯାଇଛି। ଭାଇରାଲ ହେଉଥିବା ଭିଡିଓରେ ଜଣେ ଅଭିଯୁକ୍ତ କହୁଛନ୍ତି ଯେ, ଆମେ ତାର ଆଦର୍ଶକୁ ସୁଧାରିବାକୁ ଚାହୁଁଛୁ ।

ସେ କୋମାରେ ପଡ଼ିବା ପର୍ଯ୍ୟନ୍ତ ପିଟିବୁ।  ଅନ୍ୟ ଜଣେ ହିମାଙ୍କ ବଂଶଲଙ୍କ ୱାଲେଟ ଛଡ଼ାଇ ନେଇ ଯିଏ ଯେତେ ଟଙ୍କା ଚାହିଁବ ନେଇଯାଅ ବୋଲି କହୁଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଛାତ୍ରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ୧୨ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ  ଗିରଫ କରିଛି। ଏଥିରେ ୭ ଜଣ ଫେରାର ଅଛନ୍ତି। ସମସ୍ତ ଅଭିଯୁକ୍ତ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କିଛି ପିଲା ଏଥିରେ ଉତକ୍ଷିପ୍ତ ହୋଇ ହିମାଙ୍କଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି। ନଭେମ୍ବର ୧ରେ ଏହି ଘଟଣା ଘଟିଥିବା ସୂଚନାମିଳିଛି।

ହିମାଙ୍କଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବାରୁ ପୁଲିସ ଏକ ମାମଲା ରୁଜୁ କରିଛି । ପରେ ନିଜେ ହିମାଙ୍କ ମଧ୍ୟ ଏହି ଭିଡିଓକୁ  ତେଲେଙ୍ଗାନା ମନ୍ତ୍ରୀ କେ.ଟି ରାମା ରାଓ ଏବଂ ହାଇଦ୍ରାବାଦ ପୁଲିସ କମିଶନରଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରିଛନ୍ତି। ତେବେ ଅଭିଯୁକ୍ତଙ୍କ ପ୍ରତି ଜିରୋ ଟଲେରେନ୍ସ ନୀତି ଆପଣା ଯିବ ବୋଲି ପୁଲିସ କମିଶନର କହିଛନ୍ତି । ସେହିପରି ଏହି କଲେଜ ପକ୍ଷରୁ ୧୨ ଜଣଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି। ଏହି ଘଟଣାରେ ବିଜେପି ସଠିକ୍ ତଦନ୍ତ ଦାବି କରିଛି । ଏଥିସହ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।  

Show More

Related Articles

Back to top button