Breaking PLUSଖେଳମୁଖ୍ୟ ଖବର
ଚେନ୍ନାଇ ସୁପର କିଙ୍ଗରେ ଫାଟ; ଆଇପିଏଲ ଖେଳିବେନି ସୁରେଶ ରାଇନା
କ୍ରିକେଟର ମହାକୁମ୍ଭ ଆଇପିଏଲ ଖେଳିବେନି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସୁରେଶ ରାଇନା। ବ୍ୟକ୍ତିଗତ କାରଣ ଯୋଗୁ ସେ ଆଇପିଏଲ ଖେଳଛାଡି ଦୁବାଇରୁ ଭାରତକୁ ଫେରିଆସିଛନ୍ତି ।
![](https://www.utkalprahari.com/wp-content/uploads/2020/08/raina-1597507275-780x470.jpg)
ନୂଆଦିଲ୍ଲୀ : କ୍ରିକେଟର ମହାକୁମ୍ଭ ଆଇପିଏଲ ଖେଳିବେନି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ସୁରେଶ ରାଇନା। ବ୍ୟକ୍ତିଗତ କାରଣ ଯୋଗୁ ସେ ଆଇପିଏଲ ଖେଳଛାଡି ଦୁବାଇରୁ ଭାରତକୁ ଫେରିଆସିଛନ୍ତି । କିନ୍ତୁ ୟୁଏଇରେ ରାଇନାଙ୍କୁ ରହିବା ପାଇଁ ଭଲ ହୋଟେଲ ରୁମ ନ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଭାରତ ଫେରିଆସିଥିବା ଏକ ରିପୋର୍ଟରୁ ଜଣାପଡିଛି । ସୂଚନା ଅନୁଯାଇ , ଦୁବାଇରେ ତାଙ୍କୁ ମହେନ୍ଦ୍ର ସିଂହ ଧୋନି ରହୁଥିବା ରୁମ ଆବଶ୍ୟକ ଥିବା ସେ ଦାବି କରିଥିଲେ ।ଏହାକୁ ନେଇ ବିବାଦ ଦେଖାଦେବାରୁ ସେ ଆଇପିଏଲ ନଖେଳି ଭାରତ ଫେରିଆସିଥିଲେ ।