Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଅର୍ଥନୀତି ଉପରେ କରୋନା ମାଡ଼; ୨୩.୯ ପ୍ରତିଶତ ଜିଡିପି ହ୍ରାସ

ମହାମାରୀ କରୋନା ଯୋଗୁ ଭାଙ୍ଗିଛି ଦେଶର ଅର୍ଥନୀତି, ଭୁଶୁଡି ପଡ଼ିଛି ଜିଡିପି। ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପ୍ରଥମ ତ୍ରୈମାସିକ ଅର୍ଥାତ ଅପ୍ରେଲରୁ ଜୁନ ମାସ ମଧ୍ୟରେ ୨୩.୯ ପ୍ରତିଶତ ହ୍ରାସ ପାଇଛି ଜିଡିପି।

ନୂଆଦିଲ୍ଲୀ : ମହାମାରୀ କରୋନା ଯୋଗୁ ଭାଙ୍ଗିଛି ଦେଶର ଅର୍ଥନୀତି, ଭୁଶୁଡି ପଡ଼ିଛି ଜିଡିପି। ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପ୍ରଥମ ତ୍ରୈମାସିକ ଅର୍ଥାତ ଅପ୍ରେଲରୁ ଜୁନ ମାସ ମଧ୍ୟରେ ୨୩.୯ ପ୍ରତିଶତ ହ୍ରାସ ପାଇଛି ଜିଡିପି। ପରିସଂଖ୍ୟାନ ମନ୍ତ୍ରାଳୟ ଅନୁସାରେ, ପ୍ରଥମ ତ୍ରୈମାସିକରେ ପ୍ରକୃତ ଜିଡିପି ୨୬.୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ବର୍ଷ ୩୫.୩୫ ଲକ୍ଷ କୋଟି ଟଙ୍କା ରହିଥିଲା। ଏହିପରି ଭାବରେ ଏହା ୨୩.୯ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ଏହି ସମୟରେ ଜିଡିପିରେ ୫.୩ ପ୍ରତିଶତ ବୃଦ୍ଧି ପାଇଥିଲା।
ସୂଚନାଯୋଗ୍ୟ ଯେ, ପ୍ରଥମ ତ୍ରୈମାସିକରେ ଜିଡିପି ହ୍ରାସ ପାଇବାର ଅନେକ କାରଣ ରହିଛି। ଅପ୍ରେଲ ଓ ମେ ମାସ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ରହିଥିଲା ଏବଂ ଜୁନ ମାସରେ ଦେଶରେ ସାମାନ୍ୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଦେଶରେ ଜିଡିପି ଖସିବାରେ ଲାଗିଛି।
ବିଶେଷଜ୍ଞମାନଙ୍କର କହିବା ଅନୁସାରେ, ଦେଶରେ ଉତ୍ପାଦନ, ନିର୍ମାଣ, ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଇତ୍ୟାଦି କ୍ଷେତ୍ର ଜିଡିପିର ପ୍ରାୟ ୪୫ ପ୍ରତିଶତ ଯୋଗଦାନ ଦେଇଥାଏ, କିନ୍ତୁ ପ୍ରଥମ ତ୍ରୈମାସିକରେ ଏହି ସବୁ ବ୍ୟବସାୟରେ ବ୍ୟାପକ କ୍ଷତି ଦେଖିବାକୁ ମିଳିଥିଲା।

Show More

Related Articles

Back to top button