Breaking PLUSଓଡ଼ିଶାମୁଖ୍ୟ ଖବର

ସେପ୍ଟେମ୍ୱର ୪ ଯାଏ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ପ୍ରଭାବ ଯୋଗୁ ଆସନ୍ତା ମାସ ୪ ତାରିଖ ପର୍ଯ୍ଯନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ପ୍ରଭାବ ଯୋଗୁ ଆସନ୍ତା ମାସ ୪ ତାରିଖ ପର୍ଯ୍ଯନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ମୟୁରଭଞ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି କେନ୍ଦୁଝର ,ମୟୂରଭଞ, ଢେଙ୍କାନାଳ , କନ୍ଧମାଳ,ରାୟଗଡା ,ମାଲକାନଗିରି ଓ କୋରାପୁଟରେ ଝଡବର୍ଷା ସହ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଗଜପତି, ଜଗତସିଂହପୁର ,କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, କେନ୍ଦୁଝର ,ମୟୂରଭଞ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଆସନ୍ତା ୫ ତାରିଖ ଯାଏଁ ସ୍ବଳ୍ପରୁ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

Show More

Related Articles

Back to top button