Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଅନଲକ ୪.୦ ଗାଇଡ ଲାଇନ ଜାରି

ଅନଲକ ୪.୦କୁ ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଗାଇଡଲାଇନ ଅନୁସାରେ, ଆଉ ରାଜ୍ୟରେ ଲାଗୁ ହେବନି ରାତ୍ରକାଳୀନ କର୍ଫ୍ୟୁ।

ଭୁବନେଶ୍ବର : ଅନଲକ ୪.୦କୁ ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଗାଇଡଲାଇନ ଅନୁସାରେ, ଆଉ ରାଜ୍ୟରେ ଲାଗୁ ହେବନି ରାତ୍ରକାଳୀନ କର୍ଫ୍ୟୁ। ସପ୍ତାହର ଶନିବାର ଓ ରବିବାର ଲାଗୁ ହେବନି ସଟଡାଉନ। କେବଳ କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକଡାଉନ କଟକଣା ଜାରି ରହିବ। ସ୍ଥାନୀୟ ଅଧିକାରୀ ଏହି କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିପାରିବେ। ସେପ୍ଟେମ୍ବର ୩୦ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣ ଙ୍କ ପାଇଁ ବନ୍ଦ ରହିବ । ସେହିପରି ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ। ସିନେମା ହଲ, ସୁଇମିଂ ପୁଲ , ଥିଏଟର ,ଅଡିଟୋରିୟମ ବନ୍ଦ ରହିବ। ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପୂଜାଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ କର୍ମଚାରୀ ଆସିବାକୁ ଅନୁମତି । ବାହାଘର କାର୍ଯ୍ୟକ୍ରମରେ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ୨୦ଜଣଙ୍କୁ ଅନୁମତି ମିଳିଛି। ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ସେପ୍ଟେମ୍ବର ୧ ରୁ ବସ ଚଳାଚଳକୁ ଅନୁମତି ମିଳିଛି ।

Show More

Related Articles

Back to top button