Breaking PLUSଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମାମଲାର ଶୀଘ୍ର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ- ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ପଡିରହିଥିବା ଅପରାଧିକ ମାମଲାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଧାୟକ ଓ ସାଂସଦଙ୍କ ବିରୁଦ୍ଧରେ କୋର୍ଟରେ ଚାଲୁଥିବା ମାମଲା ଉପରେ ତ୍ୱରିତ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି ଯେ,ହାଇକୋର୍ଟ ଜିଲ୍ଲା ଜଜଙ୍କ ଠାରୁ ସମୟ ସମୟରେ ରିପୋର୍ଟ ମାଗନ୍ତୁ । ଏହା ସହିତ ହାଇକୋର୍ଟ ୱେବସାଇଟରେ ସାଂସଦ ଓ ବିଧାୟକଙ୍କ ପଡିରହିଥିବା ମାମଲାର ତାଲିକା ପକାଯାଉ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆମେ ସ୍ୱତନ୍ତ୍ର ଅଦାଲତରେ ପ୍ରତ୍ୟେକ ମାମଲାର ତଦାରଖ କରିପାରିବୁ ନାହିଁ। ମୃତ୍ୟୁଦଣ୍ଡ ଅଭିଯୋଗ ସହିତ ଜଡିତ ମାମଲାଗୁଡ଼ିକୁ ପ୍ରାଥମିକତା ଦିଆଯିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Show More

Related Articles

Back to top button