ଜୀବନଚର୍ଯ୍ୟାଦେଶ ବିଦେଶ

ରବିବାର ଦିନ କରନ୍ତୁ ସୂର୍ଯ୍ୟ ଦେବଙ୍କ ପୂଜା

ରୋଗ ବ୍ୟାଧି ଦୂର ହେବ

ହିନ୍ଦୁ ଧର୍ମର ପଞ୍ଚଦେବଙ୍କ ମଧ୍ୟରୁ ଗୋଟିଏ ଦେବ ଭଗବାନ ସୂର୍ଯ୍ୟ ଅଟନ୍ତି ,ଯାହାଙ୍କର ଆମେ ଉପାସନା କରିବା ଦ୍ୱାରା ଆୟୁ ,ଯଶ ,ରୂପ ,ଆରୋଗ୍ୟ ଓ ଐଶର୍ଯ୍ୟା ଲାଭ ହୋଇଥାଏ l ମାନ୍ୟତା ରହିଛି ଯେ ସୂର୍ଯ୍ୟ ଦେବତା ଗୋଟିଏ ଏପରି ଦେବତା ଯାହାଙ୍କର ପୂଜା କରିବା ହୋଇଥାଏ ସାକ୍ଷାତ ଭଗବାନଙ୍କ ପୂଜା କରିବା l ଯଦି ଆପଣଙ୍କ ଘରେ କାହାର ସବୁବେଳେ ଦେହ ରୋଗଗ୍ରସ୍ତ ରୁହେ କିମ୍ବା କାର୍ଯ୍ୟରେ ସଫଳତା ମିଳେ ନାହିଁ କିମ୍ବା ଯେଉଁ କାରଣରୁ ଆପଣ ସବୁବେଳେ ଚିନ୍ତାମଗ୍ନ ରହିଥାନ୍ତି ଏହି ସମସ୍ତ ସମସ୍ୟାର ଗୋଟିଏ କାରଣ ହେଉଛି ଆମର ପରିସ୍ଥିତି କିମ୍ବା ସମୟ ଚାଲିବା l

ଆମେ ସେହି ପରିସ୍ଥିତିରେ ବୁଝି ପାରୁନା ଯେ କଣ କରିବା l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଅଶୁଭ ସ୍ଥିତିରେ ଅଛନ୍ତି ତେବେ ରବିବାର ଦିନ ଆପଣ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବିପଦ ଦୁରେଇ ଯିବ ଓ ଘରେ ସୁଖ ସମୃଦ୍ଧି ବଢିବ l ରବିବାର ଦିନ ଆପଣ ସକାଳୁ ସୂର୍ଯ୍ୟଙ୍କୁ ପୂଜା କଲେ ଆପଣଙ୍କର ଧନ ସମ୍ପର୍ତ୍ତି ପ୍ରାପ୍ତ ହେବ ସହିତ ସମସ୍ତ ପ୍ରକାରର ଅସୁବିଧା ଦୂର ହେବ l

ରବିବାର ଦିନ ସୂର୍ଯ୍ୟଙ୍କର ବ୍ରତ କରି ସୂର୍ଯ୍ୟଙ୍କୁ ବିଧିବଦ୍ଧ ଭାବରେ ପୂଜା କରନ୍ତୁ l ଗୋଟିଏ ତମ୍ବା ଗଡୁରେ ପାଣି କିଛି କ୍ଷୀର ,ଚାଉଳ ,ଫୁଲ ଓ ସିନ୍ଦୁର ପକାଇ ଅର୍ଘ୍ୟ ଦିଅନ୍ତୁ l

ରବିବାର ଦିନ ସୂର୍ଯ୍ୟଙ୍କ ସମ୍ବଧିତ ଜିନିଷ ଯେପରିକି ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ,ଅର୍ଣ୍ଣ ,ଗୁଡ ଓ ଲାଲ ଚନ୍ଦନ ଇତ୍ୟାଦି କୌଣସି ବ୍ୟକ୍ତିକୁ ଦାନ ଦିଅନ୍ତୁ l

ରବିବାର ଦିନ ସକାଳେ ଓ ସନ୍ଧ୍ୟାରେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିବା ସହିତ ଗାୟିତ୍ରୀ ମନ୍ତ୍ର ମଧ୍ୟ ଜପ କରନ୍ତୁ l ସୂର୍ଯ୍ୟ ମନ୍ତ୍ର ସହିତ ଗାୟତ୍ରୀ ମନ୍ତ୍ର ଜପ କଲେ ଘରୁ ଅଭାବ ଅନାଟନ ଦୂର ହୋଇଥାଏ l

ଏହି ଦିନ କୌଣସି ଭୋକିଲା ଲୋକକୁ ଗୁଡରେ ପ୍ରସ୍ତୁତ ଖିରି ଖାଇବାକୁ ଦେବା ଦ୍ୱାରା ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୋଇଥାନ୍ତି ଓ ଏହି ଦିନ ସନ୍ଧ୍ୟା ବେଳେ ଘରର ଦକ୍ଷିଣ ପୂର୍ବ ଦିଗରେ ରାଶି ତେଲର ଦୀପ ଜଳାଇବା ଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଥାଏ l

ରବିବାର ଦିନ ନିଜ ଘରର ଗୁରୁଜନ ମାନଙ୍କର ସେବା କରନ୍ତୁ l କାରଣ ଯଦି ଆପଣଙ୍କ ଘରେ ଲକ୍ଷ୍ମୀ ରହୁନାହାନ୍ତି ତେବେ ଗୁରୁଜନ ମାନେ ସନ୍ତୁଷ୍ଟ ହେଲେ ଲକ୍ଷ୍ମୀଙ୍କ କୃପା ବଢିବା l

Show More

Related Articles

Back to top button