ବାଣିଜ୍ୟ

୧.୬୩ ଲକ୍ଷ ସଂସ୍ଥାର ଜିଏସ୍‌ଟି ପଞ୍ଜିକରଣ ବାତିଲ

୬ ମାସରୁ ଅଧିକ ସମୟ ଧରି ଜିଏସ୍‌ଟି ରିଟର୍ଣ୍ଣ (ଜିଏସ୍‌ଟିଆର୍‌-୩ବି) ଦାଖଲ କରି ନଥିବା ସଂସ୍ଥା ଗୁଡ଼ିକର ଜିଏସ୍‌ଟି ପଞ୍ଜୀକରଣକୁ ସରକାର ବାତିଲ କରିଦେଇଛନ୍ତି

ବେଆଇନ ଭାବେ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ ହାସଲ ପାଇଁ କାରବାର କରୁଥିବା ନକଲି ଫାର୍ମ ଗୁଡ଼ିକୁ ଧରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ରାଜସ୍ବ ବିଭାଗ ସୂତ୍ରରୁ ଜଣାଯାଇଛି। ପ୍ରଥମେ ଏହି ସଂସ୍ଥାଗୁଡ଼ିକୁ ବାତିଲ ନୋଟିସ ଦିଆଯାଇଥିଲା ଏବଂ ଏହାପରେ ପଞ୍ଜୀକରଣକୁ ବାତିଲ କରାଯାଇଥିଲା। ଏଥିସହିତ ଡିସେମ୍ବର ପହିଲା ସୁଦ୍ଧା ୬ ମାସରୁ ଅଧିକ ସମୟ ଧରି ଜିଏସଟିଆର-୩ବି ରିଟର୍ଣ୍ଣ ଦାଖଲ କରିବାରେ ବିଫଳ ହୋଇଥିବା ୨୮,୬୩୫ଟି ଟିକସଦାତାଙ୍କୁ ଚିହ୍ନଟ କରାଯାଇଛି।

ଏସବୁ ମାମଲାରେ ନିଜଆଡ଼ୁ ବାତିଲ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଜିଏସ୍‌ଟି କମିସନରେଟ୍ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ନକଲି ଜିଏସ୍‌ଟି ଇନଭଏନସ୍‌କୁ ଧରିବା ପାଇଁ ସରକାରଙ୍କ ପକ୍ଷରୁ ନଭେମ୍ବର ଦ୍ବିତୀୟ ସପ୍ତାହରୁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ, ସିଜିଏସଟି କମିସନରେଟ୍ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୩୨ ଜଣଙ୍କୁ ଗିରଫ କରାଯାଇଛି।

Show More

Related Articles

Back to top button