ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଅଦା ପାଣିରେ ରହିଛି ଚମତ୍କାରୀ ଗୁଣ

ଆସନ୍ତୁ ପଢିବା ସେ ବିଷୟରେ-

ଅଦାର ବ୍ୟବହାର ଖାଦ୍ୟକୁ ସ୍ୱାଦିଷ୍ଟ ଯୁକ୍ତ କରିବା ସହିତ ସୁଗନ୍ଧ ଯୁକ୍ତ ମଧ୍ୟ କରିଥାଏ l ଏହି ଅଦାର ଯାଦୁ ଭଳି ଗୁଣ ରହିଛି , ଯାହାକୁ ଜାଣିଲା ପରେ ଯେ କେହି ହଉନା କାହିଁକି ବ୍ୟବହାର କରିବାରୁ ପଛକୁ ହଟିବ ନାହିଁ l ଯଦି ଆପଣ ମୋଟାପା କମାଇବାରୁ ନେଇ ଆଣ୍ଠୁ ଯନ୍ତ୍ରଣା ରୁ ଆରମ୍ଭ ପାଇବାକୁ ଚାହୁଁଛନ୍ତି ତେବେ ପ୍ରତେକ ଦିନ ଏହାକୁ ବ୍ୟବହାର କରନ୍ତୁ l ଅଦା ପାଣି ରକ୍ତକୁ ଠିକ ରେ ସଂଚାଳନ କରିଥାଏ , କୋଲେଷ୍ଟ୍ରଲ ସ୍ତରକୁ ଠିକ ରଖିଥାଏ ଓ ଆଣ୍ଠୁଗଣ୍ଠି ଫୁଲାରୁ ଆରାମ ଦେଇଥାଏ l ଏହା ଏକ ଶକ୍ତିଶାଳୀ ଆଣ୍ଟି ଆକ୍ସିଡେଣ୍ଟ ଅଟେ ଯାହା ଆମ ଶରୀରକୁ ସଫା ରଖିବା ସହିତ ଅନେକ ରୋଗରୁ ଦୁରେଇ ରଖିଥାଏ l

ଅଦା ପାଣି ପ୍ରସ୍ତୁତ କରିବାର ବିଧି -ଅଦା ପାଣି ପ୍ରସ୍ତୁତ କରିବା ପାଇଁ ଦେଢ଼ ଲିଟର ପାଣିକୁ ଆଞ୍ଚ ଉପରେ ରଖି ଫୁଟାନ୍ତୁ l ଯେତେବେଳେ ପାଣି ଫୁଟିବାକୁ ଲାଗିବ ଏଥିରେ ଶହେ ଗ୍ରାମ ଅଦାକୁ ଛୋଟ ଛୋଟ କାଟି ପକାଇ ଦିଅନ୍ତୁ l ଆଉ କିଛି ସମୟ ଫୁଟିବାକୁ ଦିଅନ୍ତୁ ତାପରେ ଏହାକୁ ଆଞ୍ଚରୁ ଓଲ୍ହାଇ ୧୫ ମିନିଟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଦିଅନ୍ତୁ l ଥଣ୍ଡା ହୋଇଗଲା ପରେ ଏଥିରେ ଲେମ୍ବୁ ରସ ମିଶାନ୍ତୁ l ଶରୀରକୁ ଲାଭ ମିଳିବ ପାଇଁ ଦିନକୁ ୨ଥର ବ୍ୟବହାର କରନ୍ତୁ l ଏହାକୁ ଆପଣ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ କରି ପାରିବେ l

ଅଦା ପାଣି ସେବନ କରିବାର ଲାଭ –

ଅଦା ପାଣି ସେବନ କରିବା ଦ୍ୱାରା ମୋଟାପା କମିବା ସହିତ ଗଣ୍ଠି ଯନ୍ତ୍ରଣା ରୁ ଆରମ୍ ମିଳିଥାଏ ତା ସହିତ ଏହା ଆମର ଇମ୍ୟୁନ ସିଷ୍ଟମକୁ ମଧ୍ୟ ଠିକ ରଖିଥାଏ , ଥଣ୍ଡା ଦିନରେ ସର୍ଦି କାଶ ଓ ନାକ ବନ୍ଦ ହେବାରୁ ରକ୍ଷା କରିଥାଏ l ଆମର ପାଚନ ତନ୍ତ୍ରକୁ ଠିକ କରିବାର କାମ ମଧ୍ୟ କରିଥାଏ l ଏହାକୁ କିଛି ସପ୍ତାହ ସେବନ କରିବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବିକୁ ବାହାର କରିଦେଇଥଏ l ତେଣୁ ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଦା ପାଣିକୁ ନିଜ ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀରେ ସାମିଲ କରନ୍ତୁ l

Show More

Related Articles

Back to top button