ସ୍ୱାସ୍ଥ୍ୟ

ଆତ ପତ୍ରରେ ଚିକିତ୍ସା

ଆତ ଓ ସୀତାଫଲକୁ ସମସ୍ତେ ଜାଣନ୍ତି l ଏହି ଗଛ ଗାଁ ,ସହର ,ଜଙ୍ଗଲ ସବୁଆଡେ ଦେଖିବାକୁ ମିଳିଥାଏ l ଏହାର ସୁସ୍ଵାଦ ଗୁଣ ଯୋଗୁ ଲୋକେ ଏହାକୁ ଫଳ ରୂପେ ବ୍ୟବହାର କରିଥାନ୍ତି ,କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ଅଛି ବୋଲି କେହି ଜାଣି ନଥାନ୍ତି l ଆସନ୍ତୁ ଆଜି ସେ ବିଷୟରେ ଜାଣିବା

* ମୁର୍ଚ୍ଛା ରୋଗ – ଆତ ପତ୍ରକୁ ହାତରେ ମକଚି ମୁର୍ଚ୍ଛା ରୋଗ ହେଇଥିବା ରୋଗୀକୁ ଶୁଙ୍ଘାଇଲେ ଚେତା ଶୀଘ୍ର ଫେରି ଆସେ l

* ପଠା ଘା -ଆତ ପତ୍ରକୁ ଚିକଣ କରି ବାଟି ଉଷୁମ କରି ପଠା ଘାରେ ଲେପ ଦେଲେ ଏହା ପାଚି ଫାଟି ଶୀଘ୍ର ଶୁଖିଯାଏ l

* ମୁଣ୍ଡରେ ଉକୁଣୀ -ଆତ ପତ୍ରକୁ ବାଟି ଏହାର ରସକୁ ମୁଣ୍ଡରେ ଲଗାଇ କପଡା ବାନ୍ଧି ୨୦ ରୁ ୨୫ ମିନିଟ ରଖ ,ଏହାପରେ ଥଣ୍ଡା ପାଣିରେ କେଶକୁ ଧୋଇନିଏ l ଏପରି କରିବା ଦ୍ୱାରା ମୁଣ୍ଡର ଉକୁଣୀ ମରିଯିବେ l

* କାଖ ଗୁଳି -ଆତ ପତ୍ରକୁ ବାଟି ଉଷୁମୁ କରି କାଖ ଗୁଳିରେ ଲେପ ଦେଲେ କାଖ ଗୁଳି ଶୀଘ୍ର ଫାଟି ଯାଇଥାଏ ଓ ସୁଖୀ ଯାଇଥାଏ l

* ବଥ – ଆତ ଗଛର କୋମଳ ପତ୍ରକୁ ବାଟି ବଥ ମୁହଁରେ ୩ ରୁ ୪ ଥର ଲଗାଇଲେ ବଥ ଶୁଖିଯାଇଥାଏ l

* ମୁଣ୍ଡରେ ରୁପି ହେଲେ – ଆତ ମଞ୍ଜିର ଗୁଣ୍ଡକୁ ଦୁଇଗ୍ରାମ ନିଅନ୍ତୁ ଓ ଏଥିରେ ୫ ଗ୍ରାମ ବେସନ ମିଶାଇ ପାଣିରେ ଗୋଳାଇ ମୁଣ୍ଡରେ ଲଗାନ୍ତୁ l ଅଧ ଘଣ୍ଟା ପରେ ମୁଣ୍ଡ ସୁଖୀ ଯାଇଥିଲେ ଥଣ୍ଡା ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ l ଏପରି କରିବା ଦ୍ୱାରା ରୁପି ହେବl କମିଯିବ ଓ କେଶ କୋମଳ ହୋଇଯିବ l

* ବ୍ରଣ -ଆତ ପତ୍ର ରସକୁ ମୁହଁକୁ ଧୋଇ ସାରି ମୁହଁରେ ଲଗାଇଲେ ବ୍ରଣ ସମୂଳେ ଦୂର ହୋଇଥାଏ l

Show More

Related Articles

Back to top button