ସ୍ୱାସ୍ଥ୍ୟ

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେବ ଲୁଣ ପାଣି

ଆସନ୍ତୁ ଜାଣିବା କିପରି -

କୋଷ୍ଠକାଠିନ୍ୟ ସମସ୍ୟା ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ l ଦୁନିଆରେ ପାଖାପାଖି ୨୦ ପ୍ରତିଶତ ଲୋକ ଅଛନ୍ତି ଯେଉଁ ମାନେ ଏହି ସମସ୍ୟାରେ ପୀଡିତ ଅଛନ୍ତି l କୋଷ୍ଠକାଠିନ୍ୟ ସମସ୍ୟାକୁ ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ଠିକ କରି ପାରିବେ l ଚାଲନ୍ତୁ ଜାଣିବା ଏଥିପାଇଁ କଣ କରିବାକୁ ପଡିବ l

ଲୁଣ ପାଣି –

* ଯେତେବେଳେ ବି ଆପଣ କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେହି ସମୟରେ ଗୋଟିଏ ଗିଲାସ ପାଣିରେ ଅଧା ଚାମଚ ଲୁଣ ପକାନ୍ତୁ ଓ ଏହାକୁ ଭଲ ଭାବରେ ଗୋଳାଇ ପିଇ ଦିଅନ୍ତୁ l ଏହା ଦ୍ୱାରା କେବଳ ଆପଣଙ୍କର ପାଚନ ତନ୍ତ୍ର ଠିକ ରହିବ ନାହିଁ ବରଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଆରାମ ମିଳିବ l ଲୁଣ ପାଣି କୋଷ୍ଠକାଠିନ୍ୟକୁ ଠିକ କରିବା ସହିତ ଅନ୍ତନଳୀକୁ ମଧ୍ୟ ଠିକ କରିଥାଏ l

* ଲୁଣ ଶରୀରକୁ ପ୍ରାକୃତିକ ଭାବରେ ଡିଟିକ୍ସ କରିଥାଏ ଓ ପାଚନ ତନ୍ତ୍ର ସିଷ୍ଟମକୁ ସୁସ୍ଥ କରିଥାଏ l ଯାହା ଦ୍ୱାରା ପାଚନ ପ୍ରକ୍ରିୟା ଠିକରେ ହୋଇଥାଏ l

* ଯଦି ଆପଣ ସକାଳୁ ଲୁଣାପାଣି ଖାଲି ପେଟରେ ପୀୟୂଛନ୍ତି ତେବେ ଏହା ପଣଙ୍କୁ ଅଧିକ ଲାଭ ଦେବ l କିନ୍ତୁ ଯଦି ଆପଣ ଲୁଣ ପାଣିକୁ ଦିନବେଳା ଅଲଗା ସମୟରେ ପିଉଛନ୍ତି ସୁନିଶ୍ଚିନ୍ତ ଭାବରେ ଆପଣଙ୍କୁ ଦିନଯାକ ଭୋକ ହେବ ନାହିଁ l

* ଯଦି ଆପଣ ସକାଳୁ ଖାଲି ପେଟରେ ଲୁଣପାଣି ପିଇବେ ତେବେ ୩୦ ମିନିଟ ଭିତରେ ଆପଣଙ୍କର ପେଟ ସଫା ହୋଇଯିବ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯିବ l ଯାହା ଦ୍ୱାରା ଆପଣଙ୍କ ଶରୀର ହାଲୁକା ଲାଗିବ ସହିତ ଆରମ ମଧ୍ୟ ଲାଗିବ l

Show More

Related Articles

Back to top button