ସ୍ୱାସ୍ଥ୍ୟ

ଏପରି କିଛି ଛୋଟ ଛୋଟ ଭୁଲ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମାଇ ଦେଇପାରିବ

ଯେ କୌଣସି ରୋଗରୁ ନିଜକୁ ଦୁରେଇ ରଖିବା ପାଇଁ ଆମକୁ ନିଜର ରୋଗ ପ୍ରତିଷେଧକ ଶକ୍ତି ବଢାଇବାକୁ ପଡିବ l ବର୍ତ୍ତମାନ ସମୟରେ ବିଶ୍ୱ କରୋନା ଭାଇରସ ସହ ମୁକାବିଲା କରୁଥିବା ବେଳେ ଆମେ ଆମ ନିଜର ଯତ୍ନ ନେଇ ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ଆବଶ୍ୟକ l କାରଣ ଏହା ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ

ଆମେ ନିଜର ଜୀବନ ଚର୍ଯ୍ୟାରେ କିଛି ଭୁଲ କରିଥାଉ ଯାହା ଆମର ରୋଗ ପ୍ରତିଷେଧକ ଶକ୍ତିକୁ ଦୁର୍ବଳ କରିଥାଏ ଓ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଉ lଆସନ୍ତୁ ଜାଣିବା ସେଇ ଭୁଲଗୁଡିକ କଣ
* ପ୍ରାତଃହ ଭୋଜନ ନ କରିବା -ସକାଳର ଜଳଖିଆ ଆମପାଇଁ ନିତ୍ୟାନ୍ତ ଜରୁରୀ ଅଟେ l ଏହା ଆମ ଶରୀରକୁ ପୋଷାକ ତତ୍ୱ ଯୋଗାଇଥାଏ l ସକାଳ ଜଳଖିଆରେ ଆଇରନ ଓ ଭିଟାମିନ ଏ ଖାଦ୍ୟ କୁ ସାମିଲ କରିବା ଉଚିତ l ଏହା ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ l

* ଅଧିକ ପାଣି ନପିଇବା -ଆମ ଶରୀର ପାଇଁ ପାଣି ନିତ୍ୟାନ୍ତ ଜରୁରୀ l ପାଣି ଆମ ଶରୀରରେ ଥିବା କ୍ଷତିକାରକ ଟକ୍ସିନକୁ ବାହାର କରିବାରେ ସାହାଯ୍ୟ କରେ l ଏହା ସହିତ ଆମର ପଚାନା କ୍ରିୟା ଠିକ ହୁଏ ଓ ଇମ୍ୟୁନିଟି ସିଷ୍ଟମ ମଧ୍ୟ ସୁଦୃଢ ହୁଏ l ତେଣୁ ପ୍ରତ୍ୟକ ଦିନ ଉଚିତ ମାତ୍ରାରେ ପାଣି ପିଇବା ଆବଶ୍ୟକ l

* ଉଚିତ ପରିମାଣର ପୋଷାକ ତତ୍ୱ ଖାଦ୍ୟ ଖାଇବା ଜରୁରୀ -ଦୈନିକ ପୋଷଣ ଓ ଆବଶ୍ୟକତାକୁ ପୁରା କରିବା ପାଇଁ ଆମକୁ ନିଜ ଆହାରରେ ଫଳ ,ଦହି ,ଦୁଗ୍ଧ ଯୁକ୍ତ ଖାଦ୍ୟ ସହିତ ଶସ୍ୟ ଜାତୀୟ ଖାଦ୍ୟକୁ ସାମିଲ କରିବା ଉଚିତ l କାରଣ ଏହିସବୁ ଖାଦ୍ୟ ଖାଇବା ଦ୍ୱାରା ଆମର ରୋଗ ପ୍ରତିଷେଧକ ଶକ୍ତି ବଢିଥାଏ l

* ଖାଦ୍ୟରେ ଭିଟାମିନ ସି ଯୁକ୍ତ ଖାଦ୍ୟ କାମ ଖାଇବା -ନିଜକୁ ସମସ୍ତ ପ୍ରକାର ସଂକ୍ରମଣରୁ ରକ୍ଷା କରିବା ପାଇଁ ଓ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ l ସେଥିପାଇଁ ଆମକୁ ଯେଉଁ ଋତୁରେ ଯେଉଁ ଫଳ ଓ ପନିପରିବା ମିଳୁଛି ତାକୁ ଉଚିତ ମାତ୍ରାରେ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ l ଆମ ଭିତରେ ଅନେକଲୋକ ଏପରି ଅଛନ୍ତି ଯେଉଁ ମାନେ ଫଳ ଓ ପନିପରିବା ନଖାଇ ଭିଟାମିନ ସି ଔଷଧ ଖାଇଥାନ୍ତି l ଯାହାକି ଦେହପାଇଁ ଖେତିକାରକ ଅଟେ l

Show More

Related Articles

Back to top button