ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ସଂଗୀତ ଶୁଣିଲେ ଆମ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ,ଆସନ୍ତୁ ପଢିବା ସେ ବିଷୟରେ

ଶୋଇବା ପୂର୍ବରୁ ସଙ୍ଗୀତ ଶୁଣିବା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ,ଭାରତୀୟ ଗବେଷକମାନଙ୍କ ଦ୍ୱରା କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି

ଏନେଇ ରାଜସ୍ଥାନର ଜୟପୁର ସ୍ଥିତ ଏସ୍‌ଏମ୍‌ଏସ୍‌ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମୁ୍ୟଜିକ ଥେରାପିର ବ୍ୟବସ୍ଥା କରାଯାଇଛି । ଶୋଇବା ପୂର୍ବରୁ ଯଦି ଆମେମାନେ ଯୋଗ ସଙ୍ଗୀତ ଶୁଣିବା ତେବେ ଏହା ଆମ ହୃତପିଣ୍ଡ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଗବେଷଣା ପାଇଁ ଗବେଷକମାନେ ୨୬ ବର୍ଷ ବୟସର ୧୪୯ ଜଣଙ୍କୁ ସାମିଲ କରିଥିଲେ ।

ଯେଉଁଥିରେ ୩ଟି ପର୍ଯ୍ୟାୟରେ ଗବେଷଣା କରାଯାଇଥିଲା, କିଛି ଲୋକ ଙ୍କୁ ଯୋଗ ସଙ୍ଗୀତ , କିଛିଙ୍କୁ ପପ୍‌ ସଙ୍ଗୀତ, କିଛିଙ୍କୁ ବିନା ସଙ୍ଗୀତରେ ଶୋଇବାକୁ କୁହାଯାଇଥିଲା । କିଛି ସମୟ ପରେ ସେମାନଙ୍କ ହୃଦୟର ବେଗ ପରୀକ୍ଷା କରିବାପରେ ଜଣାଗଲା ଯେ ଯେଉଁମାନେ ଯୋଗ ସଙ୍ଗୀତ ଶୁଣି ଶୋଇଥିଲେ ସେମାନଙ୍କର ହୃଦୟର ସ୍ପନ୍ଦନ ସ୍ୱଭାବିକ ରହୁଥିବାବେଳେ ଅନ୍ୟମାନଙ୍କର ବ୍ୟତିକ୍ରମ ଦେଖାଯାଉଥିଲା ।

Show More

Related Articles

Back to top button