Breaking PLUSଓଡ଼ିଶା

ସଫଳ ହେଲା ”ସ୍ମାର୍ଟ” ସୁପରସୋନିକ ମିସାଇଲର ପରୀକ୍ଷଣ

ଏହା ଏକ ପ୍ରକାରର ସୁପରସୋନିକ ଆଣ୍ଟି-ସିପ୍ ମିସାଇଲ

ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପରେ ସୋମବାର ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ରିଲିଜ ଅଫ ଟରପିଡୋ(ସ୍ମାର୍ଟ)ର ସଫଳ ପରୀକ୍ଷଣ ହୋଇଛି। ଏହା ଏକ ପ୍ରକାରର ସୁପରସୋନିକ ଆଣ୍ଟି-ସିପ୍ ମିସାଇଲ। ଏଥିରେ କମ୍ ଓଜନର ଟରପିଡୋ ଲଗାଯାଇଛି, ଯାହା ପେଲୋଡରେ ବ୍ୟବହାର ହୋଇଥାଏ।

ଏହି ମିସାଇଲ ବୁଡାଜାହାଜକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାକୁ ନେଇ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି।ରାଜନାଥ ସିଂହ କହିଛନ୍ତି ଯେ, ଏହି ସଫଳତା ପାଇଁ ମୁଁ ଡ଼ିଆରଡିଓ ଏବଂ ଅନ୍ୟ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଉଛି।

Show More

Related Articles

Back to top button