ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ପେଟ ଫମ୍ପେଇବାର ବିଭିନ୍ନ କାରଣ ଏବଂ ପ୍ରାକୃତିକ ଉପାୟରେ ଏହାର ନିରାକରଣ

ଆଜି କାଲି ପ୍ରାୟତଃ ଲୋକ ପେଟ ଜନିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟର ଅନିୟମିତତା କାରଣରୁ ପ୍ରାୟ ସମୟରେ ଏହି ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ପ୍ରାୟ ମଣିଷଙ୍କ କ୍ଷେତ୍ରରେ ପେଟ ଫମ୍ପେଇବା ସମସ୍ୟା ଦେଖାଦେଇଥାଏ । ଏହା ବିଭିନ୍ନ କାରଣରୁ ମଧ୍ୟ ହୋଇଥାଏ ।

ପେଟ ଫମ୍ପେଇବାର ବିଭିନ୍ନ କାରଣ:-

  • କୋଷ୍ଠ କାଠିନ୍ୟ ସମସ୍ୟା ଦ୍ୱାରା ପେଟ ଫାମ୍ପି ଥାଏ ।
  • ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଭୋଜନ କରିଥାଆନ୍ତି ତେବେ ପେଟ ଫାମ୍ପି ଥାଏ ।
  • ଯଦି ଏପରି କିଛି ଗ୍ୟାସ କରୁଥିବା ଖାଦ୍ୟକୁ ଖାଇଥାଉ ତାହା ଦ୍ୱାରା ମଧ୍ୟ ପେଟ ଫାମ୍ପିଥାଏ ।
  • ବଢୁଥିବା ଓଜନକୁ ଯଦି ନିୟନ୍ତ୍ରଣ କରା ନଯାଏ ତେବେ ପେଟ ଫାମ୍ପି ଥାଏ l
  • ଖାଇବା ପରେ ତୁରନ୍ତ ଶୋଇବା ଦ୍ୱାରା ମଧ୍ୟ ପେଟ ଫାମ୍ପି ଥାଏ ।

ପ୍ରାକୃତିକ ଉପାୟରେ ଏହାର ନିରାକରଣ:-

ପାନ ମାଧୁରୀ ପାଣି ହିତକର:

  • ପାନମଧୁରୀ ପାଣି ଅନ୍ତ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିଥାଏ । ଆପଣ ଯଦି ପେଟ ଫମ୍ପେଇବା ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଏହି ଉପାୟରେ ପାନ ମଧୁରୀ ପାଣି ସେବନ କରନ୍ତୁ । ରାତିସାରା ଆପଣ ଗୋଟିଏ ଗ୍ଲାସ ପାଣିରେ ପାନମଧୁରୀକୁ ପକାଇ ରଖନ୍ତୁ ,ସକାଳୁ ସେହି ପାଣିକୁ ଖାଲି ପେଟରେ ପିଇ ନିଅନ୍ତୁ । ଏହା ବ୍ୟତୀତ ଆପଣ ଖାଇ ସାରିବା ପରେ କିଛି ମାତ୍ରାରେ ପାନମଧୁରୀ ନେଇ ଚୋବାଇ ଖାଇ ପାଣି ପିଅନ୍ତୁ ।

ଦହି ସେବନ କରନ୍ତୁ:

  • ଦହିରେ ପ୍ରବାୟୋଟିକ ରହିଛି ଏହା ଏକ ପ୍ରକାରର ସ୍ୱାସ୍ଥ୍ୟକର ବ୍ୟାକ୍ଟେରିଆ ଅଟେ । ଯଦି ଆପଣ ପେଟ ଫମ୍ପେଇବା ସମସ୍ୟାରେ ଗତି କରୁଛନ୍ତି ତେବେ ନିଜ ଖାଦ୍ୟରେ ଦହି ଖାଆନ୍ତୁ । ଆପଣ ଏଥିପାଇଁ ଦହିରେ ହେଙ୍ଗୁ ,ଭଜା ଜିରା ,କଳାଲୁଣ ମିଶାଇ ଭଲ ଭାବରେ ଫେଣ୍ଟି ନିଅନ୍ତୁ । ଏହାକୁ ପ୍ରତିଦିନ ଭାତ ଖାଇ ସାରିବା ପରେ ଖାଆନ୍ତୁ ।

ଅଦାକୁ ସାମିଲ କରନ୍ତୁ :

  • ଆପଣ ପେଟ ଫମ୍ପେଇବା ପାଇଁ ଅଦାର ବ୍ୟବହାର କଲେ ଲାଭ ମିଳିବ । ଆପଣ ଅଦାର ଗୋଟିଏ ଛୋଟ ଖଣ୍ଡକୁ ପାଟିରେ ଜାକନ୍ତୁ କିମ୍ବା ପାଣିରେ ଅଦାକୁ ଫୁଟାଇ ସେହି ପାଣିକୁ ସେବନ କରନ୍ତୁ ।

ଅମୃତଭଣ୍ଡା ଖାଇବା ଦ୍ୱାରା ମିଳିଥାଏ ଲାଭ:

  • ଅମୃତଭଣ୍ଡା ପେଟ ପାଇଁ ଖୁବ ହିତକର । ଏଥିରେ ପପାଇନ ତତ୍ୱ ରହିଛି । ଏହା ଆପଣଙ୍କ ପାଚନ କ୍ରିୟାକୁ ସୁସ୍ଥ କରିଥାଏ । ଆପଣ କଞ୍ଚା ଅମୃତଭଣ୍ଡା କୁ ତରକାରୀ କରି ଖାଇ ପାରିବେ । ତା ସହିତ ପାଚିଲା ଅମୃତଭଣ୍ଡା ମଧ୍ୟ ଖାଇପାରିବେ । ଏହା ଆପଣଙ୍କୁ ପେଟ ଫମ୍ପେଇବା ସମସ୍ୟାରୁ ଦୁରେଇ ରଖିବ ।

ପୁଦିନା ଚା:

  • ପୁଦିନାରେ ଫିନୋଲିକ କମ୍ପାଉଣ୍ଡ ରହିଛି । ଏହା ମଧ୍ୟ ଅନ୍ତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ପାଚନ କ୍ରିୟାକୁ ମଧ୍ୟ ସୁସ୍ଥ ରଖିଥାଏ । ଆପଣ ପୁଦିନା ପତ୍ରକୁ ଧୋଇ ପାଣିରେ ଫୁଟାନ୍ତୁ କିଛି ସମୟ ପରେ ଛାଣି ସେଥିରେ ମହୁ ମିଶାଇ ସେବନ କରନ୍ତୁ ।
Show More

Related Articles

Back to top button