Breaking PLUSଓଡ଼ିଶାମୁଖ୍ୟ ଖବର

କଟକଣା ମଧ୍ୟରେ ବିନା ଭକ୍ତରେ ଶେଷ ହେଲା କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା

କୋଭିଡ-୧୯ କଟକଣା ମଧ୍ୟରେ ଆଜି ଭୋର ସକାଳୁ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଉପକଣ୍ଠରେ ଥିବା ଜେନାଖାଲ ଠାରୁ ମା’ଙ୍କ ଛତର ଭୋର ୪ଟା ୪୫ରେ ବାହାରିଥିଲା । ମା’ଙ୍କ ଯାତ୍ରା ସମୟରେ ସୀମିତ ସେବାୟତଙ୍କୁ ନେଇ ଶୋଭାଯାତ୍ରା ବାହାରିଥିଲା

କୋଭିଡ-୧୯ କଟକଣା ମଧ୍ୟରେ ଆଜି ଭୋର ସକାଳୁ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଉପକଣ୍ଠରେ ଥିବା ଜେନାଖାଲ ଠାରୁ ମା’ଙ୍କ ଛତର ଭୋର ୪ଟା ୪୫ରେ ବାହାରିଥିଲା । ମା’ଙ୍କ ଯାତ୍ରା ସମୟରେ ସୀମିତ ସେବାୟତଙ୍କୁ ନେଇ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଘଣ୍ଟ, ଶଙ୍ଖ, ପାରଂପରିକ ବାଦ୍ୟ, ନାଚ ହୋଇଥିଲା । ଏହା ନଅରପରିକ୍ରମା କରି ମାଣିକେଶ୍ୱରୀ ମନ୍ଦିରରେ ପ୍ରବେଶ କରିଥିଲା ।

ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ଭବାନୀପାଟଣାରେ ୧୪୪ ଧାରା ଜାରି କରିଥିଲା । ତେଣୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଛତର ଯାତ୍ରାରେ ସାମିଲ ହେବାକୁ ସୁଯୋଗ ମିଳିନାହିଁ । ପୋଲିସ ପକ୍ଷରୁ ସହରର ୪୫ଟି ସ୍ଥାନରେ ବ୍ୟାରିକେଡ ଲଗାଯାଇଥିଲା । ସହରର ବିଭିନ୍ନ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଛତର ଯାତ୍ରାରେ ପୂର୍ବରୁ ପ୍ରାୟ ୪ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ, ସେବାୟତ, ପ୍ରଶାସନର କର୍ମଚାରୀଙ୍କ ସମାଗମ ହୋଇଥାଏ । ଏହି ଯାତ୍ରା ଭୋର ସକାଳ ଠାରୁ ଆରମ୍ଭ କରି ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସକାଳ ୬ଟା ବେଳକୁ ଶେଷ ହୋଇଯାଇଛି । ଏଥର ମା’ଙ୍କ ଯାତ୍ରାରେ ୧୦୦ରୁ କମ ସେବାୟତ ଓ ପ୍ରଶାସନିକ କର୍ମଚାରୀ ସାମିଲ ଥିଲେ ।

Show More

Related Articles

Back to top button