Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନାର ଗତି, ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୩୭୦ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଅକ୍ଟୋବରରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି ଅଧିକ । ମୃତ୍ୟୁସଂଖ୍ୟା ବି କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୫୩ ହଜାର ୩୭୦ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨କୁ ବୃଦ୍ଧି ପାଇଛି ।

ଦେଶରେ ପ୍ରତିଦିନ କମୁଛି ମୃତ୍ୟୁସଂଖ୍ୟା । ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୬୫୦ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୧୭ ହଜାର ୯୫୬ ଜୀବନ ନେଲାଣି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୬୭ ହଜାର ୫୪୯ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୭୦ ଲକ୍ଷ ୧୬ ହଜାର ୪୬ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୮୯.୭୮% । ଆକ୍ଟିଭ୍ କେସ୍ ରହିଛି ୬ ଲକ୍ଷ ୮୦ ହଜାର ୬୮୦ ।

Show More

Related Articles

Back to top button