Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଯୁକ୍ତ ୩ ନାମଲେଖା ଆରମ୍ଭ

ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ । ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ ୩ କଲେଜରେ ଆଜୁଠୁ ଆଡମିଶନ କରିପାରିବେ ଯୁକ୍ତ ଦୁଇରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ । ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ସିଲେକ୍ସନ ହୋଇଥିବା କଲେଜରେ ଆଜିଠୁ ନାମ ଲେଖାଇପାରିବେ

ଆଜିଠୁ ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ । ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ ୩ କଲେଜରେ ଆଜୁଠୁ ଆଡମିଶନ କରିପାରିବେ ଯୁକ୍ତ ଦୁଇରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ । ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ସିଲେକ୍ସନ ହୋଇଥିବା କଲେଜରେ ଆଜିଠୁ ନାମ ଲେଖାଇପାରିବେ । ଆଜିଠୁ ଆସନ୍ତା ସେପ୍ଟେମ୍ବର ୧୬ ପର୍ୟ୍ୟନ୍ତ ଚାଲିବ ପ୍ରଥମ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା । କୋରୋନା କଟକଣା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ବଦଳରେ ଅଭିଭାବକମାନେ କଲେଜକୁ ଆସି ନାମ ଲେଖାଇ ପାରିବେ। ଘଣ୍ଟାକୁ ୧୫ ଜଣ ଛାତ୍ର ଛାତ୍ରୀଙ୍କ ନାମ ଲେଖାଇବା ପାଇଁ ଅନୁମତି ଦିଆଯିବ।
୨୦୨୧-୨୨ ଶିକ୍ଷାବର୍ଷରେ ୨ଲକ୍ଷ ୪୯ ହଜାର ୫୩୯ ସିଟରେ ନାମ ଲେଖା ପାଇଁ ୨ଲକ୍ଷ ୪୪ ହଜାର ୨୫୨ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ପ୍ରଥମ ପର୍ୟ୍ୟାୟରେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ନାମ ଲେଖାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । କଳାରେ ୧ ଲକ୍ଷ ୨ ହଜାର ୨୯୨, ଫିଜିକାଲ ସାଇନ୍ସରେ ୨୫ ହଜାର ୩୫୦, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୩୩୮, ବାଣିଜ୍ୟରେ ୧୭ ହଜାର ୬୩୪, ସଂସ୍କୃତରେ ୩ ହଜାର ୨୮୮ ଓ ସେଲ୍ଫ ଫାଇନସିଂରେ ୧୧୩୫ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭୫ ହଜାର ୭୦୪ ଛାତ୍ର, ୯୨ ହଜାର ୮୦୭ ଛାତ୍ରୀ, ୨୬ ଜଣ କିନ୍ନର ରହିଛନ୍ତି। ଏହି ଛାତ୍ରଛାତ୍ରୀ ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ । ଆସନ୍ତା ୨୧ ତାରିଖରେ ଦ୍ବିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

Show More

Related Articles

Back to top button