Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରାବଣ ଶେଷ ସୋମବାର, ପ୍ରମୁଖ ଶୈବପୀଠରେ କାଉଡିଆଙ୍କ ଭିଡ

()ଆଜି ଶ୍ରାବଣ ଶେଷ ସୋମବାର । ଭେଳାବାବାଙ୍କ ମନ୍ଦିରରେ ଜମିଛି ଗହଳି । କାଉଡିଆମାନେ ବିଭିନ୍ନ ନଦୀରୁ ପାଣି ଭାର ନେଇ ଶିବଲିଙ୍ଗରେ ଲାଗି କରିଛନ୍ତି । ରାଜ୍ୟର ପ୍ରମୁଖ ଶୈବପୀଠଗୁଡିକରେ ଲାଗିଛି କାଉଡିଆଙ୍କ ଭିଡ । ବାବା ଧବଳେଶ୍ୱରଙ୍କ ପାଖରେ କାଉଡିଆଙ୍କ ଜଳଲାଗି କରିଛନ୍ତି ହଜାର ହଜାର କାଉଡିଆ । ସେହିପରି ବାବା ଲିଙ୍ଗରାଜଙ୍କ ନିକଟରେ ମଧ୍ୟ ଲାଗିଛି ଭିଡ । ଆରଡି ବାବା, ଗୁପ୍ତେଶ୍ୱର ପୀଠରେ ମଧ୍ୟ କାଉଡିଆମାନେ ଜଳଲାଗି କରିଛନ୍ତି ।

ଶ୍ରାବଣ ମାସରେ ଶିବଲିଙ୍ଗରେ ଜଳଲାଗି କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।

Show More

Related Articles

Back to top button