Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

କଡା ସୁରକ୍ଷା ବଳୟ ମଧ୍ୟରେ ନୁହରେ ବଜ୍ରମଣ୍ଡଳ ଯାତ୍ରା ଅନୁଷ୍ଠିତ

ଚଣ୍ଡୀଗଡ: ନୁହରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଆହ୍ୱାନ କ୍ରମେ ଆୟୋଜିତ ହୋଇଥିବା ବଜ୍ରମଣ୍ଡଳ ଯାତ୍ରାରେ ଆଜି ସାଧୁସନ୍ଥମାନେ ପୋଲିସ ସୁରକ୍ଷାରେ ନହ୍ଲେଶ୍ୱର ମନ୍ଦିରରେ ଜଳାଭିଷେକ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଜୁଲାଇ 31ରେ ବଜ୍ରମଣ୍ଡଳ ଯାତ୍ରା ସମୟରେ ହିଂସାକାଣ୍ଡ ଘଟିଥିଲା । ଏବଂ ହିଂସାରେ ହୋମଗାର୍ଡ ସମେତ 6ଜଣଙ୍କର ମୃତ୍ୟୁ ହୋଇଥିଲା ।

ବଜ୍ରମଣ୍ଡଳ ଯାତ୍ରା ପାଇଁ ହରିୟାଣା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସମ୍ବେଦନଶୀଳ ସ୍ଥାନରେ ଡ୍ରୋନ ଜରିଆରେ ତୀକ୍ଷ୍ନ ନଜର ରଖାଯାଇଛି । ଜିଲ୍ଲାର ସମସ୍ତ ସୀମାନ୍ତକୁ ଅଗଷ୍ଟ 27 ତାରିଖରୁ ସିଲ୍ କରାଯାଇଛି । ହରିୟାଣାର ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ସିଲ୍ କରିଦିଆଯାଇଛି । ସୀମାନ୍ତ ଅଞ୍ଚଳରେ ପୋଲିସ ଓ ଅର୍ଦ୍ଧସାମରିକ ଯବାନଙ୍କୁ ମୁତୟନ କରାଯାଇଛି । ରବିବାର ଜିଲ୍ଲାର ଗାଁଗୁଡିକରେ ଥିବା ମସଜିଦ ଗୁଡିକରୁ ପ୍ରଚାର କରାଯାଇ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ନିଜନିଜ ଘରୁ ନବାହାରିବାକୁ କୁହାଯାଇଛି । ଗାଁଗୁଡିକରେ କୌଣସି ସ୍ଥାନରେ ଚାରିଜଣରୁ ଅଧିକ ଲୋକ ଏକାଠି ନହେବାକୁ କୁହାଯାଇଛି । ସେହିପରି କାହାରିକୁ ନିଜ ଗାଁରୁ ନବାହାରିବାକୁ କୁହାଯାଇଛି ।

Show More

Related Articles

Back to top button