Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍ ଦୁର୍ଘଟଣା ଯୋଗୁଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୨୨ ତାରିଖରେ ଆୟୋଜିତ ହେବ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା

ବସ୍ ଦୁର୍ଘଟଣା ଯୋଗୁଁ ଓଜେଇଇ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୨୨ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ହେବ ବୋଲି ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିପାଇଁ ପରୀକ୍ଷାର୍ଥୀ ସମ୍ପୃକ୍ତ ଜିଲ୍ଲାର ନୋଡାଲ ଅଫିସରଙ୍କ ମୋବାଇଲ୍ ନମ୍ବର ୮୭୬୩୬୮୭୮୪୮ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୫ରେ ଗଜପତି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷ ଦେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାକୁଖୋଳା ଗାଁରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିଛି ପିଲା ଆହତ ହୋଇଥିଲେ ।

ଫଳରେ ସେମାନେ ପରୀକ୍ଷା ଦେଇ ପାରିନଥିଲେ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠିଲେଖି ସ୍ୱତନ୍ତ୍ର ପରୀକ୍ଷା କରାଇବା ପାଇଁ ନିବେଦନ କରିଥିଲେ । ଓଜେଇଇ ଅଧ୍ୟକ୍ଷ ଏହାକୁ ଗ୍ରହଣ କରିବା ସହ ପୁଣି ଥରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି ।

Show More

Related Articles

Back to top button