Breaking PLUSଦେଶ ବିଦେଶମୁଖ୍ୟ ଖବର

ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ଘରେ ପଶି ଏସପିଓ ଓ ପତ୍ନୀଙ୍କୁ ହତ୍ୟା, ଝିଅ ଗୁରୁତର

ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ଡ୍ରୋନ୍ ଯୋଗେ ଆତଙ୍କବାଦୀ ବିସ୍ଫୋରଣ କରିବା ଘଟଣା ପରେ ପୁଲଓ୍ୱାମାରେ ବର୍ବରକାଣ୍ଡ ଘଟାଇଛନ୍ତି । ପୁଲଓ୍ୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଜଣେ ଏସପିଓଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ଆତଙ୍କୀ । ଏଥିରେ ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛନ୍ତି । ଗୁରୁତର ଝିଅକୁ ହସ୍ପିଟାଲରେ ଭର୍ତ୍ତ କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଫୈୟାଜ ଅହମ୍ମଦଙ୍କ ଘରେ ପଶିଥିଲେ ଆତଙ୍କବାଦୀ । ସେମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ବାପା, ମାଆ ଓ ଝିଅ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେବା ବେଳେ ଆଖି ବୁଜିଥିଲେ ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ପତ୍ନୀ । ଏହି ଘଟଣା ପରେ ସାରା ଅଞ୍ଚଳରୁ ପୋଲିସ ଘେରାବନ୍ଦୀ କରିବା ସହ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି ।

ଏସପିଓଙ୍କ ଉପରେ ହମଲା ପୂର୍ବ ଦିନ ରାତିରେ ଜମ୍ମୁରେ ଥିବା ଏୟାରଫୋର୍ସ ଷ୍ଟେସନକୁ ଡ୍ରୋନ୍ ଯୋଗେ ଚାର୍ଗେଟ କରିଥିଲେ ଆତଙ୍କବାଦୀ । ପ୍ରଥମ ଥର ଡ୍ରୋନ୍ ଯୋଗେ ଏଭଳି ଆଟାକ୍ ହୋଇଛି । ଯାହାକୁ ଗମ୍ଭୀରତାର ସହ ନେଇଛନ୍ତି ସରକାର । ଏନଆଇଏ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି । ବିସ୍ଫୋରଣ ପଛରେ ସୀମାପାର ଆତଙ୍କବାଦୀଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି ।

Show More

Related Articles

Back to top button