Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରକାଶ ପାଇଲା ଚଳିତବର୍ଷର JEE Main 2020 ରେଜଲ୍ଟ, ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ଗତ କାଲି ଶୁକ୍ରବାର ଦିନ ପ୍ରକାଶ ପାଇଛି ଚଳିତବର୍ଷର JEE Main 2020 ରେଜଲ୍ଟ । ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯% ରଖି ଦେଶରେ ୩୪ତମ ସ୍ଥାନ ହାସଲ କରିଛନ୍ତି ।

ଗତ କାଲି ଶୁକ୍ରବାର ଦିନ ପ୍ରକାଶ ପାଇଛି ଚଳିତବର୍ଷର JEE Main 2020 ରେଜଲ୍ଟ । ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯% ରଖି ଦେଶରେ ୩୪ତମ ସ୍ଥାନ ହାସଲ କରିଛନ୍ତି ।

ସୂଚନାଥାଉ କି, ଦେଶର ୨୪ ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟ ମାର୍କ ରଖିଛନ୍ତି । ଟପ୍ପର ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟ ମାର୍କ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଦିଲ୍ଲୀରୁ ୫ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି । ରାଜସ୍ଥାନରୁ ୪, ଆନ୍ଧ୍ର ପ୍ରଦେଶରୁ ୩, ହରିୟାଣାରୁ ୨ ଏବଂ ଗୁଜରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ଶହେ ପରସେଣ୍ଟ ମାର୍କ ରଖିଛନ୍ତି ।

JEE Main ପାଇଁ ୮ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ ଅର୍ଥାତ୍‌ ୭୪% ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ JEE Main ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷା ସରିବାର ମାତ୍ର ୪ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ଦ୍ୱାରା ପରିଚାଳିତ ପରୀକ୍ଷାର ରେଲଜ୍ଟ ଛାତ୍ରଛାତ୍ରୀମାନେ jeemain,nta.nic.in ୱେବ୍‌ସାଇଟ୍‌କୁ ଯାଇ ନିଜ ନିଜର ପରୀକ୍ଷାଫଳ ଜାଣିପାରିବେ ।

Show More

Related Articles

Back to top button