Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ରେକର୍ଡ ଭାଙ୍ଗୁଛି ମହାମାରୀ କରୋନା, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 97,570 କରୋନା ରୋଗୀ ଚିହ୍ନଟ

ସାରା ଦେଶରେ ରେକର୍ଡ ସ୍ତରରେ କରୋନା ଜୀବାଣୁ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 97,570 ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର 10 ତାରିଖରେ ଦେଶରେ ରେକର୍ଡ 96,551 ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା ।

ସାରା ଦେଶରେ ରେକର୍ଡ ସ୍ତରରେ କରୋନା ଜୀବାଣୁ ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ 97,570 ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର 10 ତାରିଖରେ ଦେଶରେ ରେକର୍ଡ 96,551 ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1201 ଲୋକ ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା 46 ଲକ୍ଷ ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ସଂକ୍ରମିତ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ 46 ଲକ୍ଷ 60 ହଜାର 985 ରେ ପହଞ୍ଚିଛି । ସେଥିମଧ୍ୟରୁ 77,472 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ମାମଲା ସଂଖ୍ୟା 9 ଲକ୍ଷ 58 ହଜାରକୁ ବୃଦ୍ଧି ପାଇଛି ଏବଂ 36 ଲକ୍ଷ 24 ହଜାର ଲୋକ ଆରୋଗ୍ୟ ହୋଇ ସାରିଲେଣି । ସଂକ୍ରମଣର ସକ୍ରିୟ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ | ଯାହା ଆଶ୍ୱସ୍ତିକର ଖବର ।

Show More

Related Articles

Back to top button