Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତର କୂଟନୈତିକ ବିଜୟ, ଅଟକ ରଖିଥିବା ପାଞ୍ଚ ଭାରତୀୟ ନାଗରିକଙ୍କୁ ଆଜି ମୁକ୍ତ କରିବ ଚୀନ

ଅରୁଣାଚଳ ପ୍ରଦେଶର ପାଞ୍ଚ ଜଣ ନାଗରିକଙ୍କୁ ଚୀନ ସେନା ପକ୍ଷରୁ ଅଟକ ରଖାଯିବା ଘଟଣା । ଚୀନ୍ ସେନା ପକ୍ଷରୁ ଆଜି ଏହି ଭାରତୀୟ ନାଗରିକମାନଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ୍ ସୈନିକମାନଙ୍କ ଦ୍ୱାରା ଭାରତୀୟ ନାଗରିକମାନଙ୍କୁ ଅପହରଣ କରି ନେଇଯାଇଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ

ଅରୁଣାଚଳ ପ୍ରଦେଶର ପାଞ୍ଚ ଜଣ ନାଗରିକଙ୍କୁ ଚୀନ ସେନା ପକ୍ଷରୁ ଅଟକ ରଖାଯିବା ଘଟଣା । ଚୀନ୍ ସେନା ପକ୍ଷରୁ ଆଜି ଏହି ଭାରତୀୟ ନାଗରିକମାନଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ୍ ସୈନିକମାନଙ୍କ ଦ୍ୱାରା ଭାରତୀୟ ନାଗରିକମାନଙ୍କୁ ଅପହରଣ କରି ନେଇଯାଇଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଭାରତ ସରକାର କୂଟନୈତିକ ସ୍ତରରେ ନିଜର ଉଦ୍ୟମକୁ ଆହୁରି ଜୋରଦାର କରିଥିଲେ।

ସୂଚନା ଅନୁଯାୟୀ, ଆଜି 9.30 ରେ ଚୀନ୍ ସେନା ଏହି ନାଗରିକମାନଙ୍କୁ ଭାରତକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି । ଏହି ନାଗରିକମାନଙ୍କୁ ଚୀନର ସୈନିକମାନେ କିବିଟୁ ସୀମା ନିକଟ ୱାଚା ଅଞ୍ଚଳକୁ ଆଣି ଭାରତୀୟ ସେନାକୁ ହସ୍ତାନ୍ତର କରିବେ । କେନ୍ଦ୍ର ମନ୍ତ୍ରୀ ତଥା ଅରୁଣାଚଳପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ସାଂସଦ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି ।

ଏହି ଯୁବକମାନେ ଅପ୍ରତ୍ୟାଶିତ ଭାବରେ 4 ସେପ୍ଟେମ୍ବରରେ ଉପର ସୁବାନସିରି ଜିଲ୍ଲାରୁ LAC ଅତିକ୍ରମ କରି ଯାଇଥିଲେ | ନିଖୋଜ ଯୁବକଙ୍କ ନାମ ହେଉଛି ଟୋଚ ସିଙ୍ଗକମ୍, ପ୍ରସତ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିୟା, ତନୁ ବକର, ନାଗାରୁ ଦିରି | ଏହାପୂର୍ବରୁ ମାର୍ଚ୍ଚରେ ମଧ୍ୟ ଚୀନ୍ ସେନା 21 ବର୍ଷ ବୟସ୍କା ଜଣେ ବ୍ୟକ୍ତିଙ୍କୁ 19 ଦିନ ରଖିବା ପରେ ଛାଡି ଦେଇଥିଲା ।

Show More

Related Articles

Back to top button