Breaking PLUSଓଡ଼ିଶାଶିକ୍ଷା

ଅଷ୍ଟମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ନିମନ୍ତେ ଜାରି ହେଲା SOP

ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ସ୍କୁଲରେ ଅଷ୍ଟମ ଓ ଏକାଦଶର ପାଠପଢ଼ା କିପରି ହେବ ସେନେଇ ପ୍ରକାଶ ପାଇଲା ଏସଓପି । ସକାଳ ୯ ଟାରୁ ଦିନ ୧୨ ଟା ୩୦ ଯାଏଁ ଅଷ୍ଟମ କ୍ଲାସର ପାଠ ପଢ଼ାହେବ ଏବଂ ଏକାଦଶ ଶ୍ରେଣୀ ପାଠପଢ଼ା ଦିନ ୧୦ ଟାରୁ ସାଢେ ଗୋଟାଏ ଯାଏଁ ହେବ । ଅଷ୍ଟମ କ୍ଲାସ ପିଲାଙ୍କୁ ଆଉ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ ବୋଲି ଏସ୍ଓପି ଜାରି କରାଯାଇଛି । ରାଜ୍ୟରେ ପ୍ରଚଳିତ ସମସ୍ତ ବିଦ୍ୟାଳୟରେ ଚଳିତ ଅକ୍ଟୋବର ୨୧ ତାରିଖରୁ ଏକାଦଶ ଶ୍ରେଣୀ ପାଇଁ ଅଫ୍‌ଲାଇନ୍ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଅଭିଭାବକ ଚାହିଁଲେ ତାଙ୍କ ପିଲାଙ୍କୁ ସ୍କୁଲ ଛାଡି ପାରିବେ । କାହାକୁ ବାଧ୍ୟ କରାଯିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସ୍କୁଲ ଖୋଲିଲେ ମଧ୍ୟ ଉଭୟ ଅଫଲାଇନ୍ ଓ ଅନ୍ଲାଇନ୍ କ୍ଲାସ ଚାଲିବ । ଅକ୍ଟୋବର ୨୫ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଅଫ୍‌ଲାଇନ୍ ଶିକ୍ଷାଦାନ ଆରମ୍ଭ ହେବ । କୋଭିଡ୍ ଗାଇଲାଇନ୍ ଅନୁଯାୟୀ ଶିକ୍ଷାଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କେବେ ଖୋଲିବ ସେନେଇ କୌଣସି ନିଷ୍ପତି ହୋଇନାହିଁ ।

Show More

Related Articles

Back to top button