ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ନବ ନିର୍ବାଚିତ କଂଗ୍ରସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଭିନନ୍ଦନ ଜଣାଇଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ସଭାପତିର ଫଳାଫଳ ଘୋଷଣା ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଇଚ୍ଛା ଥିଲା ସୋନିଆ ଗାନ୍ଧୀଙ୍କୁ ତାଙ୍କ ୧୦, ଜନପଥ ବାସଭବନରେ ଯାଇ ଦେଖା କରିବାକୁ। ସେ ଏଥିପାଇଁ ଅନୁମତି ମାଗିଥିଲେ। କିନ୍ତୁ ତାଙ୍କୁ ଅନୁମତି ମିଳି ନଥିଲା। ସୂଚନାରୁ ପ୍ରକାଶ ଯେ କିଛି କଂଗ୍ରେସ ନେତାଙ୍କ ସହ ଆଲୋଚନା ପରେ ସୋନିଆ ଗାନ୍ଧୀ ନିଷ୍ପତ୍ତି ନେଇଥିଲେ ଯେ ସେ ଏହି ଅବସରରେ ନିଜେ ନବ ନିର୍ବାଚିତ ସଭାପତି ଖାଡ଼ଗେଙ୍କ ବାସଭବନକୁ ଯିବା ଉଚିତ ହେବ। ତେଣୁ, ୧୦ ଜନପଥରୁ ସୋନିଆ ଗାନ୍ଧି ଖାଡ଼ଗେଙ୍କ ୧୦ ରାଜାଜୀ ମାର୍ଗକୁ ଯାଇ ଖାଡ଼ଗେଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। କଂଗ୍ରେସ ନେତୃତ୍ୱ ଅର୍ଥାତ୍‌ ଗାନ୍ଧୀ ପରିବାର କ୍ୱଚିତ କୌଣସି ଦଳୀୟ ନେତାଙ୍କ ଘରକୁ ଯାଇଥାନ୍ତି। କେବଳ ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏଥିରେ ଏକ ବ୍ୟତିକ୍ରମ ଥିଲେ। ୨୦୧୫ରେ କୋଇଲା ଘୋଟାଲା ମାମଲାରେ ଦୁଇ ଥର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଡକାଯିବା ପରେ ଦୃଢ ପ୍ରଦର୍ଶନ କରି ସୋନିଆ ଗାନ୍ଧୀ ଦଳୀୟ କାର୍ଯ୍ୟାଳୟରୁ ମନମୋହନ ସିଂଙ୍କ ଘରକୁ କଂଗ୍ରେସ ପଦଯାତ୍ରାର ନେତୃତ୍ୱ ନେଇ ଯାଇଥିଲେ। କିନ୍ତୁ, ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତରେ ସୋନିଆ ଗାନ୍ଧୀ ଖାଡ଼ଗେଙ୍କ ଘରକୁ ଯାଇ ଗାନ୍ଧୀମାନଙ୍କ ପକ୍ଷରୁ ଏକ ବାର୍ତ୍ତା ପଠାଇବାକୁ ଚାହିଁଛନ୍ତି ଯେ ଖାଡ଼ଗେ ହେଉଛନ୍ତି ଦଳର ନୂତନ ମୁଖ୍ୟ। ଏହା ପୂର୍ବରୁ ରାହୁଲ ଗାନ୍ଧି କହିଥିଲେ ଯେ ପ୍ରତ୍ୟେକ କଂଗ୍ରେସ ସଦସ୍ୟଙ୍କ ପରି ସେ ନୂତନ ସଭାପତି ଖାଡ଼ଗେ ଜୀଙ୍କୁ ରିପୋର୍ଟ କରିବି। ଏବଂ ଦଳରେ ମୋର ଭୂମିକା କଣ ରହିବ ତାହା ଖାଡ଼ଗେ ଜୀ ସ୍ଥିର କରିବେ। କଂଗ୍ରେସ ପାଇଁ ଏକବିଂଶ ଶତାବ୍ଦୀରେ ପ୍ରଥମ ଅଣ-ଗାନ୍ଧୀ ସଭାପତି ହେଉଛନ୍ତି ଖାଡ଼ଗେ। ସ୍ୱାଧୀନତା ପରଠାରୁ, କଂଗ୍ରେସର ନେତୃତ୍ୱ ପ୍ରାୟତଃ ନେହେରୁ-ଗାନ୍ଧୀ ପରିବାରର ସଦସ୍ୟଙ୍କ ନିକଟରେ ରହି ଆସିଥିଲା।

Show More

Related Articles

Back to top button