ଦେଶଶିକ୍ଷା

ଏଣିକି UG ଓ PG ଛାତ୍ରଛାତ୍ରୀ ପଢିବେ ସାଇବର ସୁରକ୍ଷା ପାଠ

ଦେଶରେ ସାଇବର ଅପରାଧ ମାମଲା ବହୁଳ ପରମାଣରେ ବୃଦ୍ଧି ପାଇବାରେ ଲାଗିଛି । ବଡ ବଡ ଷ୍ଟାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ଉପାୟରେ ଆକାଉଣ୍ଟକୁ ଜିରୋ କରିଦେଉଛନ୍ତି ଏହି ଅପରାଧୀମାନେ । ତେଣୁ ଏସବୁଠୁ ସଚେତନ ରହିବା ପାଇଁ ସାଇବର ଜାଗ୍ରତ ଦିବସ ଅବସରରେ ୟୁନିଭରସିଟି ଗ୍ରାଣ୍ଟସ କମିସନ ଏକ କୋର୍ସ ଲଞ୍ଚ କରିଥିଲା , ଯାହାର ନାମ ରହିଛି ସାଇବର ସୁରକ୍ଷା ।

ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ । ତେଣୁ ଚଳିତ ବର୍ଷଠୁ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ପାଠ ପଢ଼ିବେ । ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମ ଶିକ୍ଷା ଦିଆଯିବା ନେଇ ପଦକ୍ଷେପ ନେଇଛି ୟୁଜିସି । ଉଭୟ ଶ୍ରେଣୀର ପାଠ୍ୟକ୍ରମରେ ଏହାକୁ ସାମିଲ କରିବା ନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ୟୁଜିସି ପକ୍ଷରୁ କୁହାଯାଇଛି ଯେ, ସାଇବର ସୁରକ୍ଷା ସିଲାବସକୁ ପାଠ୍ୟକ୍ରମରେ ସାମିଲ କରିବା ସଙ୍ଗେସଙ୍ଗେ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ  । ସେହିପରି ସ୍କୁଲ ସ୍ତରର ପିଲାଙ୍କୁ ମଧ୍ୟ ସାଇବର ସୁରକ୍ଷା ଶିକ୍ଷା ଦିଆଯିବାକୁ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି (ଏସଏଲବିସି) ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ଫାଇନାନ୍ସିଆଲ ଏଜୁକେସନ (ଏନସିଏଫଇ) ପକ୍ଷରୁ ସାଇବର ସୁରକ୍ଷା ଓ ଡିଜିଟାଲ ଫ୍ରଡ ଇନ୍ ଅନଲାଇନ୍ ବ୍ୟାଙ୍କିଂ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

Show More

Related Articles

Back to top button