ଦେଶସ୍ୱତନ୍ତ୍ର

୧୦ଟି ଦେଶକୁ ଭାରତ ବ୍ରହ୍ମସ ବିକ୍ରି ପାଇଁ ଲକ୍ଷ୍ୟ ରଖିଛି ଏରୋସ୍ପେସ୍

ଗତ କିଛିଦିନ ପୂର୍ବରୁ ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିଥିଲା ଭାରତ । ବର୍ତ୍ତମାନ ଆହୁରି ୧୦ଟି ଦେଶକୁ ଭାରତ ବ୍ରହ୍ମସ ବିକ୍ରି ପାଇଁ ଲକ୍ଷ୍ୟ ରଖିଛି ଏରୋସ୍ପେସ୍ । ଏଥିପାଇଁ କେତେକ ଦେଶ ସହିତ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ମିଳିଥିବା ସୂଚନା ଅନୁସାରେ ସାଉଦି ଆରବ, ୟୁଏଇ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ୧୦ଟି ଦେଶକୁ ବ୍ରହ୍ମସ ବିକିବାକୁ ବ୍ରହ୍ମସ ଏରୋସ୍ପେସ୍ ଲକ୍ଷ୍ୟ ରଖିଛି । କେତେକ ଦେଶ ସହିତ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଆଫ୍ରିକା ଏରୋସ୍ପେସ ଓ ଡିଫେନ୍ସ ଏକ୍ସପୋରେ ବ୍ରହ୍ମସର ଏକ ପାଭିଲିୟନ ଖୋଲାଯାଇଥିଲା । ଚଳିତ ବର୍ଷ ଆରମ୍ଭରେ ଫିଲିପାଇନ୍ସ ୩୭୪ ନିୟୁତ ଡଲାର ମୂଲ୍ୟର ବ୍ରହ୍ମସ ମିସାଇଲ କିଣିବାକୁ ଚୁକ୍ତି କରିଥିଲା । ଫିଲିପାଇନ୍ସ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ ୩ଟି ବ୍ୟାଟେରୀ ବ୍ରହ୍ମସ ସିଷ୍ଟମ କିଣିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେକ ବ୍ୟାଟେରୀ ଖରିଦ କରିବାର ସମ୍ଭାବନା ରହିଛି ।

Show More

Related Articles

Back to top button