ଅପରାଧଆଇନ କାନୁନଓଡ଼ିଶା

ମା କୁ ପନିକିରେ ହାଣି ହତ୍ୟା କଲା ପୁଅ

ନିଶ୍ଚିନ୍ତକୋଇଲି : ମା’ କୁ ପନିକିରେ ହାଣି ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ । ପାରିବାରିକ କଳହରୁ ମା’କୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ପ୍ରମିଳା ସ୍ବାଇଁ ।

ସୂଚନା ଅନୁଯାୟୀ , ବୁଧବାର ସକାଳୁ  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁର ୧୦ନମ୍ବର ଓ୍ବାର୍ଡରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା’ର ବେକକୁ ପନିକିରେ ହାଣି ହତ୍ୟା କରିଛି ପୁଅ । ହତ୍ୟା ପରେ ପୁଅ ଜିତେନ୍ଦ୍ର ସ୍ବାଇଁ ଫେରାର ହୋଇଯାଇଛି । ତେବେ କୋଉ ପରିସ୍ଥିତିରେ ପୁଅ ଏପରି କାଣ୍ଡ ଘଟାଇଛି ସ୍ପଷ୍ଟ ହୋଇନଥିବାବେଳେ ପାରିବାରିକ କଳହରୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ମେଡିକାଲକୁ ପଠାଇବା ସହ  ଘଟଣାର ତଦନ୍ତ ଚଳାଇଛି ।

 

Show More

Related Articles

Back to top button