Breaking PLUSଅପରାଧଦୁର୍ଘଟଣାସେଲିବ୍ରିଟି

ଆତ୍ମହତ୍ୟା କଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ

ଭୁବନେଶ୍ୱର: ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷ ଆତ୍ମହତ୍ୟା କରିଛନ୍ତି । ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ତାଙ୍କ ବୟଫ୍ରେଣ୍ଡ ସନ୍ତୋଷ ପାତ୍ରଙ୍କୁ ଜେରା କରିଥିଲା । ରଶ୍ମିରେଖାଙ୍କ ମୃତ୍ୟୁକୁ ତାଙ୍କ ବୟଫ୍ରେଣ୍ଡ ସନ୍ତୋଷ ଗ୍ରହଣ କରି ପାରି ଶେଷରେ ନିଜ ଜୀବନ ହାରିଛନ୍ତି । ରାଉଲକେଲା ବାସନ୍ତୀ କଲୋନି ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ଗତ ଜୁନ୍ ୧୮ ତାରିଖ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳ ଭଡ଼ାଘରେ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ସନ୍ତୋଷଙ୍କୁ ଦୀର୍ଘ ସମୟ ଧରି ଥାନାରେ ପଚରାଉଚରା କରିଥିଲା ପୋଲିସ । ଏବେ ସନ୍ତୋଷ ଆତ୍ମହତ୍ୟା କରିବା ପରେ ମାମଲା ଭିନ୍ନ ମୋଡ଼ ନେଇଛି । କାହିଁକି, କଣ ପାଇଁ ସନ୍ତୋଷ ଆତ୍ମହତ୍ୟା କଲେ । ରଶ୍ମିରେଖା ମାମଲାର ତଦନ୍ତ କରୁଥିବା ପୋଲିସ ସନ୍ତୋଷ ଉପରେ ପକାଇଥିଲା କି ଚାପ ? ଏଭଳି ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଉଦିତନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ରାଉରକେଲା ଏସପି ଓ ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ତଦନ୍ତ କରୁଛନ୍ତି । ସନ୍ତୋଷଙ୍କ ପାଖରୁ ମୃତ୍ୟୁର କୌଣସି ପ୍ରମାଣ ସୁଇସାଇଡ୍ ନୋଟ୍ କିମ୍ବା ଡାଏରୀ ମିଳିନଥିବା ସୂଚନା ଦେଇଛନ୍ତି ଏସପି ମୁକେଶ କୁମାର ଭାମୁ ।

Show More

Related Articles

Back to top button