ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ରାଜଧାନୀରେ ପୁଣି ରାଗିଂ , ମଦ ପିଇବାକୁ ଟଙ୍କା ନଦେବାରୁ ସିନିୟରଙ୍କ ମାଡ

ଭୁବନେଶ୍ୱର: ରାଜଧାନୀରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ । ଖଣ୍ଡଗିରି ଥାନାରେ ବେସିକ ସାଇନ୍ସ କଲେଜରେ ରାଗିଂକୁ ନେଇ ଏତଲା ଦେଲେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ସୋମନାଥ ସେଠୀ । ମଦ ପିଇବାକୁ ଟଙ୍କା ନଦେବାରୁ ୩ ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାରିବା ସହ ଅଧ ଘଣ୍ଟା ବସ ଉଠ କରାଇବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ।

ତେବେ ଏହି ସିନିୟର ମାନେ ହେଲେ ଏଗ୍ରିକଲଚର ବିଭାଗର। ସିନିୟରଙ୍କ ସହ ଏଗ୍ରିକଲଚର ଓ ପାସ୍ ଆଉଟ ପିଲା ମଧ୍ୟ ଥିବା ସୂଚନା ମିଳିଛି । ତେବେ ସୋମନାଥ ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନା ପକ୍ଷରୁ ତଦନ୍ତ ଚଳାଇଛି ପୋଲିସ୍ ।

Show More

Related Articles

Back to top button