Breaking PLUSଅପରାଧଆଇନ କାନୁନଦୁର୍ଘଟଣା

ମହାରାଷ୍ଟ୍ର ନାସିକରେ ଜଣେ ଧର୍ମ ଗୁରୁଙ୍କୁ ଗୁଳି କରି ହତ୍ୟା

ମହାରାଷ୍ଟ୍ର ନାସିକ ଜିଲ୍ଲାରେ ଜଣେ ଧର୍ମ ଗୁରୁଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ନାସିକ ସ୍ଥିତ ୟେଓଲା କସ୍ୱେରେ ତାଙ୍କୁ ହତ୍ୟା କରାଯାଇଛି। ପୁଲିସ କହିବା ଅନୁଯାୟୀ ୩୫ ବର୍ଷୀୟ ମୃତକ ଜଣକ ହେଲେ ଖ୍ୱାଜା ସୈୟଦ ଚିସ୍ତି। ସେ ୟେଓଲାରେ ସୁଫି ବାବା ନାମରେ ପରିଚିତ ଥିଲେ। ତେବେ ବର୍ତ୍ତମାନ ଯାଏ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ଖ୍ୱାଜା ସୈୟଦ ଚିସ୍ତେ ଆଫଗାନିସ୍ତାନେ ରହୁଥିଲେ। ତା’ ପରେ ଏବେ ନାସିକରେ ରହୁଥିଲେ। ହତ୍ୟାକାରୀ ଜଣକ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ପୋଲିସ କହିବା ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ୪ ଜଣ ଦୃର୍ବୁତ୍ତ ସାମିଲ ରହିଥିବା ଜଣାପଡିଛି। ଘଟଣାସ୍ଥଳରୁ ହିଁ ତାଙ୍କ ଏସୟୁଭି ଜବତ କରାଯାଇଛ। ତେବେ ଏହି ହତ୍ୟା କରିବା ପରେ ଚାରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ମହାରାଷ୍ଟ୍ରର ନାସିକରେ ସୁଫି ବାବା ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Show More

Related Articles

Back to top button