ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ସାବୁନ ଓ ସାନିଟାଇଜର ବ୍ୟବହାର ଦ୍ୱାରା ହାତ ଶୁଖିଯାଉଥିଲେ, ଏପରି କରନ୍ତୁ ହାତକୁ କୋମଳ-

କରୋନା ମହାମାରୀ ସମୟରେ ଆପଣ ମାନଙ୍କୁ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ଉପଦେଶ ଦିଆଯାଇଛି l କିନ୍ତୁ ବାରମ୍ବାର ସାବୁନରେ ହାତ ଧୋଇବା କାରଣରୁ ଆପଣଙ୍କ ହାତ ସୁଖlସୁଖl ଲାଗିଥାଏlଆପଣ ଯେତେ କ୍ରିମ ଲଗାଇଲେ ମଧ୍ୟ ଏହି ଶୁଖା ପଣ ଦୂର ହୋଇନଥାଏ

କରୋନା ସମୟରେ ସାନିଟାଇଜର ମଧ୍ୟ ଆମେ ବାରବାର ବ୍ୟବହାର କରିଥାଉ ,କିନ୍ତୁ ବାରମ୍ବାର ସାବୁନ ଓ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଆମର ଚର୍ମ ଶୁଖିଲା ଲାଗିବ ସହିତ ଦିନକୁ ଦିନ ଶୁଷ୍କ ହୋଇଯାଉଛି l ତାହାଲେ ଆସନ୍ତୁ ଆଜି ଜାଣିବା କିଛି ଘରୋଇ ଉପାୟ ଯାହା ଆମ ଚର୍ମକୁ ଶୁଷ୍କ ହେବାକୁ ଦେବା ନାହିଁ l

* ଆଲୋଭେରା ଜେଲ -ଆଲୋଭେରା ଜେଲରେ ଆଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ମିଳିଥାଏ l ଯାହା ଆପଣଙ୍କ ତ୍ୱଚାକୁ କୁଣ୍ଡେଇ ହେବ ,ଶୁଷ୍କତା ଓ ରାଶେଷରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ଶୁଖିଲା ଚମଡାର ସମସ୍ୟା ପାଇଁ ଆପଣ ଆଲୋଭେରା ଜେଲର ବ୍ୟବହାର କରି ପାରିବେ l ଆଲୋଭେରା ଜେଲ ବ୍ୟତୀତ ଆପଣ ଆଲୋଭେରା ଗଛରୁ ପ୍ରାକୃତିକ ଉପାୟରେ ଏହାର ଜେଲକୁ ସଂଗ୍ରହ କରି ନିଜ ତ୍ୱଚାରେ ଲଗାଇ ପାରିବେ l

* ମହୁ – ମହୁରେ ଥିବା ଆଣ୍ଟିଇନ୍ଫ୍ଲମେଟୋରି କାରଣରୁ ଏହା ଆପଣଙ୍କ ତ୍ୱଚାକୁ କୋମଳ କରିବା ସହିତ କ୍ଷତକୁ ଭରିବା ଓ ସୁନ୍ଦରତା ବଢ଼ିବାରେ ସାହାଯ୍ୟ କରିଥାଏ l ମହୁ ଆପଣଙ୍କ ତ୍ୱଚାର ଶୁଷ୍କତାକୁ ଦୂର କରିବା l

* ନଡ଼ିଆ ତେଲ -ନଡ଼ିଆ ତେଲ ଆପଣଙ୍କୁ ଅଧିକାଂଶ ଚର୍ମ ରୋଗରୁ ଦୁରେଇ ରଖିବେ ସାହାଯ୍ୟ କରିବା l ଶୁଷ୍କ ତ୍ୱଚାପାଇଁ ଆପଣ ଦିନରେ ଓ ରାତିରେ ନଡ଼ିଆ ତେଲ ମାଲିସ କରି ପାରିବେ l ନଡ଼ିଆ ତେଲ ମାଲିସ କରିବା ଦ୍ୱାରା ଆପଣଙ୍କ ହାତର ଶୁଷ୍କତା ଦୂର ହେବ l

* ଲେମ୍ବୁର ରସକୁ ଉପଯୋଗ କରନ୍ତୁ -ଭିଟାମିନ-ସି ରେ ଭରପୁର ଲେମ୍ବୁ ତ୍ୱଚାପାଇଁ ଖୁବ ଲାଭଦୟ ଅଟେ l ଲେମ୍ବୁ ଭିଟାମିନ-ସି ବ୍ୟତୀତ ପୋଟାସିୟମ୍ ରେ ମଧ୍ୟ ଭରପୁର ଅଟେ l ଯାହା ଶୁଷ୍କ ତ୍ୱଚାକୁ କୋମଳ କରିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button