ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ବୃଦ୍ଧ ଅବସ୍ଥାରେ ଏହିସବୁ ପୃଷ୍ଟିକର ଖାଦ୍ୟ ଖାଇବାଦ୍ୱାରା ଶରୀରରେ ହାଡ ମଜବୁତ ରହିଥାଏ

ଆସନ୍ତୁ ପଢିବା ଓ ଜାଣିବା ସେସବୁ ବିଷୟରେ-

ବଢୁଥିବା ବୟସରେ ବିଭିନ୍ନ ପ୍ରକାରର ରୋଗ ଆମ ଶରୀରରେ ଦେଖା ଦେଇଥାଏ l ବାର୍ଦ୍ଧକ୍ୟ ବୟସରେ ରୋଗର ଯନ୍ତ୍ରଣା ଟିକିଏ ଅଧିକ ହୋଇଥାଏ l ଏହି ସମୟରେ ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗ ମାନଙ୍କ ଠାରୁ ଅଧିକ ପ୍ରଭାବିତ ହୋଇଥାଏ ଆମ ହାଡ l ଅଷ୍ଟ୍ରିୟ ପୋରୋସିସ କାରଣରୁ ହାଡ ଦୁର୍ବଳ ହେବ କିମ୍ବା ଗଣ୍ଠି ଯନ୍ତ୍ରଣା ହେବ ଏକ ସାଧାରଣ ସମସ୍ୟା ଭାବରେ ଦେଖା ଦେଇଥାଏ l ବେଳେବେଳେ ସାମାନ୍ୟ ଛିଙ୍କିବା ଓ କଷୀବ ଦ୍ୱାରା ମଧ୍ୟ ଗଣ୍ଠି ଯନ୍ତ୍ରଣା ହୋଇଥାଏ l ଅଷ୍ଟ୍ରିୟ ପୋରୋସିସ କାରଣରୁ ହାଡ ଦୁର୍ବଳ ହୋଇଯାଏ l ଏହି ରୋଗ ଗୁପ୍ତ ଭାବରେ ଆମକୁ ରୋଗଗ୍ରସ୍ତ କରିଥାଏ l ଯାହା ବିଷୟରେ ଆମେ ଖୁବ ଡେରିରେ ଜାଣି ପାରୁ l

ନିୟମିତ ବ୍ୟାୟାମ ,ସ୍ୱାସ୍ଥ୍ୟକର ଖାଦ୍ୟ ଓ ଶରୀରର ଓଜନକୁ ନିୟନ୍ତ୍ରିତ ରଖିବା ଦ୍ୱାରା ଅଷ୍ଟ୍ରିୟ ପୋରୋସିସ ସମସ୍ୟାରୁ ଦୁରେଇ ରହିବାରେ ସାହାଯ୍ୟ ମିଳିଥାଏ l ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ମାନେ କ୍ୟାଲସିୟମ ଓ ଭିଟାମିନ-ଡି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ l ଏହି ପୋଷକତତ୍ୱ ଗୁଡିକ ଆମ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟରେ ରହିଥାଏ ଆସନ୍ତୁ ସେ ବିଷୟରେ ଜାଣିବା l

* ଦୁଗ୍ଧ -ଦୁଗ୍ଧ ଓ ଦୁଗ୍ଧରୁ ତିଆରି ଜିନିଷ ଯେପରି କି ଛେନା ,ଘିଅ ,ଖୁଆ ଇତ୍ୟାଦି କ୍ୟାଲସିୟମ ଓ ଭିଟାମିନ-ଡି ରେ ଭରପୁର ସାମଗ୍ରୀ ଅଟେ l ଯାହା ଆମ ହାଡ଼କୁ ମଝବୁତ କରିବାରେ ସାହାଯ୍ୟ କରିଥାଏ l ଦୁଗ୍ଧରୁ ମିଳୁଥିବା କ୍ୟାଲସିୟମ ଆମ ଶରୀରର ଘନତ୍ଵ ବଢ଼ିବାରେ ସାହାଯ୍ୟ କରିଥାଏ l

* ମାଛ -ଡାକ୍ତର ମାନେ ହାଡର ଯନ୍ତ୍ରଣା ସମୟରେ କ୍ୟାଲସିୟମ ପାଇଁ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି l ଟ୍ରlଉଟ ମାଛ କ୍ୟାଲସିୟମ ଓ ଭିଟାମିନ-ଡି ରେ ଭରପୁର ଅଟେ l ଏହା ସାମୁଦ୍ରିକ ମାଛ l କିନ୍ତୁ ଆମେ ଛୋଟ ମାଛ କିମ୍ବା ବଡ ମାଛର ସୁରୁଆ କରି ହାଡ ପାଇଁ ଖାଇ ପାରିବl ,ଯାହା ଆମକୁ ଅଷ୍ଟ୍ରିୟ ପୋରୋସିସ ରୁ ଲାଭ ଦେବ l

* ବ୍ରୋକଲି -ଫାଇବର ,ଆଇରନ ଓ ଫୋଲେଟ ବ୍ୟତୀତ ବ୍ରୋକଲି କ୍ୟାଲସିୟମର ମଧ୍ୟ ଗାଁଟା ଘର ଅଟେ l ବିଶେଷଜ୍ଞ ମାନଙ୍କ ମତରେ ୧୦୦ ଗ୍ରାମ ବ୍ରୋକଲିରେ ପାଖାପାଖି ୮୭ ମିଲିଗ୍ରାମ କ୍ୟାଲସିୟମ ରହିଥାଏ l ଅଷ୍ଟ୍ରିୟ ପୋରୋସିସ ରୋଗୀ ମାନେ ବ୍ରୋକଲିକୁ ନିଜ ଖାଦ୍ୟରେ ସାମିଲ କରି ପାରିବେ ,ଯାହା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଦୁରେଇ ରହି ପାରିବେl

* ସୋୟାବିନ -ସୋୟାବିନରେ ପ୍ରୋଟିନ ବ୍ୟତୀତ କ୍ୟାଲସିୟମ ମଧ୍ୟ ଭାରି ରହିଛି l ମଝବୁତ ହାଡ ଓ ସ୍ୱାସ୍ଥ୍ୟକର ହାଡ ପାଇଁ ଏହାକୁ ଖାଦ୍ୟରେ ସାମିଲ କରିବା ଉଚିତ ଅଟେ l ଏହାକୁ ଆପଣ ପ୍ରତେକ ଦିନ ଚାହିଁଲେ ମଧ୍ୟ ନିଜ ଖାଦ୍ୟରେ ସାମିଲ କରି ପାରିବେ l

Show More

Related Articles

Back to top button