ଦେଶ ବିଦେଶମୁଖ୍ୟ ଖବର

ମଝି ଆକାଶରେ ବିମାନ ଭିତରେ ସାପ ଆତଙ୍କ

ନୂଆଦିଲ୍ଲୀ: ମଝି ଆକାଶରେ ବିମାନ ଭିତରେ ସାପ ଆତଙ୍କ। ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ସାପ ଥିବା ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଛି। ବିମାନକୁ ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ଏହାର କାର୍ଗୋ ହୋଲ୍ଡ ଭିତରୁ ଏକ ସାପ ବାହାରିଥିବା କୁହାଯାଉଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନ କାଲିକଟ, କେରଳରୁ ଦୁବାଇ ଆସିଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିଲା।  ଏହି ଘଟଣା ନେଇ ଡିଜିସିଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦୁବାଇ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନର କାର୍ଗୋ ହୋଲ୍ଡରେ ଏକ ସାପ ମିଳିଥିଲା। ଏହା ପରେ ବିମାନବନ୍ଦରର ଅଗ୍ନିଶମ ସେବାକୁ ଏନେଇ ସୂଚନା ଦିଆଯାଇଥିଲା। ଏହା ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ତ୍ରୁଟିର ଏକ ମାମଲା। ଘଟଣାର ଅନୁସନ୍ଧାନ କରାଯିବ ଏବଂ ଏ ସମ୍ପର୍କରେ ଉପଯୁକ୍ତ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି।

ତେବେ ଏହି ବିମାନ ଭିତରେ କେତେ ସଂଖ୍ୟକ ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ସାପ ବିମାନର କାର୍ଗୋ ହୋଲ୍ଡ ଭିତରକୁ କିଭଳି ପଶିଲା ସେନେଇ ଯାଞ୍ଚ ଚାଲିଛି। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରିବା ପରେ ପରବର୍ତ୍ତୀ ଉଡାଣ ପୂର୍ବରୁ ଫ୍ଲାଇଟ୍‌କୁ ଭଲଭାବେ ସଫା କରାଯାଇଥିଲା। ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଜଣେ ବିମାନ ଅଧିକାରୀ ସୂଚନା ଦେଇଛନ୍ତି।

Show More

Related Articles

Back to top button