ଓଡ଼ିଶାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କଳା ଚଣାର ଅଭୁତ ଫାଇଦା ବିଷୟରେ

କଳା ଚଣା ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ଏଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ ।  ଏହାକୁ ବିଭିନ୍ନ ପ୍ରକ୍ରିୟାରେ ଖାଦ୍ୟ ରୂପେ ଗ୍ରହଣ କରାଯାଏ । କେହି ବତୁରାଇ ଖାଇଥାଏ ତ କିଏ ପୁଣି ସିଝାଇ ଖାଇଥାନ୍ତି । ଆଉ କେହି କେହି ସାଲାଡ ଏବଂ ତରକାରୀ ରୂପେ ରାନ୍ଧି ଖାଇଥାନ୍ତି ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କଳା ଚଣାର ଉପକାରିତା ବିଷୟରେ –

  • ପାଚନ ତନ୍ତ୍ର ମଜବୁତ୍ — ଶୀତ ଋତୁରେ ବିଶେଷ ଭାବରେ କୋଷ୍ଠ କାଠୀନ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏହି ଋତୁରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ରାତିରେ ରାତ୍ରି ଭୋଜନ ରେ ପାଣିରେ ବତୁରା ଯାଇ ଥିବା କଳା ଚଣା ସେବନ କରନ୍ତୁ । ଏହା ଓଜନ ହ୍ରାସ ସହିତ ପେଟ ସଫା ରଖିବାରେ ସାହାଯ୍ୟ କରିଥାଏ ।
  • ମେଦବହୁଳତା- ଆଜିକାଲି ମେଦବହୁଳତା ଅଥବା ମୋଟପଣ ଗୋଟିଏ ବଡ଼ ସମସ୍ୟା ଅଟେ । ତେଣୁ ଅନେକ ପ୍ରାଚୀନ ସମୟରୁ କଳା ଚଣା ସେବନ କରି ଓଜନ ହ୍ରାସ କରିବାର ଉପାୟ ରହିଛି ।
  • ଚର୍ବି ହ୍ରାସ– ନିୟମିତ ସକାଳେ ମଧ୍ୟ ଯଦି ଆପଣ କଳା ଚଣା ସେବନ କରିବେ ତେବେ ଏଥିରେ ଥିବା ଫାଇବର ଓ ପ୍ରୋଟିନ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିବ ।
  • ରକ୍ତକୁ ପରିସ୍କାର– କଳା ଚଣା ରେ ଫାଇବର ଓ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଥାଏ , ଯାହାକି ଆମ ରକ୍ତକୁ ସଫା ରଖିବା ସହିତ କୋଲେଷ୍ଟ୍ରାଲ୍ ସମସ୍ୟା ଦୂର କରିଥାଏ ।ତେଣୁ ଯଦି ଆପଣ କଲେଷ୍ଟ୍ରାଲ ସମସ୍ୟାରେ ଗତି କରୁଛନ୍ତି ତେବେ ନିୟମିତ କଳା ଚଣା ସେବନ କରନ୍ତୁ ।
  • ରକ୍ତ ହୀନତା ସମସ୍ୟା– ଶୀତ ଋତୁରେ ବିଶେଷ ଭାବରେ ରକ୍ତ ହୀନତା ସମସ୍ୟା ଦେଖିବାକୁ ମିଳିଥାଏ । ଏହାଛଡା ପ୍ରସବ ପରେ ମଧ୍ୟ ମହିଳା ମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ତେଣୁ ରକ୍ତ ହୀନତା ସମସ୍ୟା ଠାରୁ ଦୂରେଇ ରହିବା ପାଇଁ କଳା ଚଣା ସେବନ କରନ୍ତୁ , ଏଥିରେ ଥିବା ପ୍ରୋଟିନ ଓ ଆଇରନ୍ ରକ୍ତ ହୀନତା କୁ ଠିକ୍ କରିଥାଏ ।
  • କେଶ ସମସ୍ୟା- ଚଣା ରେ ଭିଟାମିନ ଓ ମିନେରାଲ ରହିଥାଏ ତେଣୁ କେଶ୍ ଝଡ଼ିବା , କେଶ ଶୀଘ୍ର ପାଚିବା ସମସ୍ୟା ଠିକ୍ କରିଥାଏ । ତେଣୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ କଳା ଚଣା ଖୁବ୍ ଉପକାରୀ ।
  • ସ୍ତନ କର୍କଟ– କଳା ଚଣା ରେ ସେମ୍ପୋନିନସ ନାମକ ଫାଇଟୋ ନୀୟୁଟ୍ରିଏଣ୍ଟାସ ତତ୍ତ୍ଵ ରହିଥାଏ । ଯାହାକି ସ୍ତନ କର୍କଟ ଠାରୁ ଦୂରେଇ ରଖିଥାଏ ।
Show More

Related Articles

Back to top button