Breaking PLUSଓଡ଼ିଶାମୁଖ୍ୟ ଖବର

14ରୁ ଖୋଲିବ ଶିମିଳିପାଳ

ବାରିପଦା: ଆସନ୍ତା ୧୪ ତାରିଖଠାରୁ ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଖୋଲିବ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ପର୍ଯ୍ୟଟକମାନେ ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ। ବର୍ଷାଦିନେ ଶିମିଳିପାଳର ରାସ୍ତାଘାଟ ପର୍ଯ୍ୟଟକଙ୍କ ଭ୍ରମଣ ନିମନ୍ତେ ଅନୁକୂଳ ନ ଥିବାରୁ ଜୁନ ୧୬ରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରି ଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରଖାଯାଇଛି। ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ପ୍ରତ୍ୟହ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ମିଳିବ। ପର୍ଯ୍ୟଟକ ଭିତରକୁ ପ୍ରବେଶ ସମୟରେ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯାଇଛି।

Show More

Related Articles

Back to top button