Breaking PLUSଓଡ଼ିଶାମୁଖ୍ୟ ଖବର

ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କ ପାଇଁ 50ଲକ୍ଷର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍‌ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

୧୯ତମ ଏସୀୟ ଗେମ୍ସ ହାଙ୍ଗଝୋ ୨୦୨୩ରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ବୀକାର କରିବା ସହ ତାଙ୍କୁ ରାଜ୍ୟ ଯୁବପିଢ଼ିଙ୍କ ପାଇଁ ଏକ ଆଦର୍ଶ ବୋଲି କହି ଦୀପ ଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୀପ୍‌ ଗ୍ରେସ ଦେଶର ଆଥ୍‌ଲେଟିକ୍ସଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି। କିଛି ଚମତ୍କାର ପ୍ରଦର୍ଶନ ସହିତ ଦୀପ ତାଙ୍କର ଦୃଢ଼ତା ପ୍ରମାଣ କରିଛନ୍ତି ଏବଂ ମୁଁ ନିଶ୍ଚିତ ଯେ, ସେ ଭାରତକୁ ଗର୍ବିତ କରିବେ।

Show More

Related Articles

Back to top button