Breaking PLUSଓଡ଼ିଶାମୁଖ୍ୟ ଖବର

ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ

ରିଆମାଳ ବ୍ଲକ ସଦର ମହକୁମା ସମେତ ବ୍ଲକର ମଳେହିପଡ଼ା, ଟୁହିଲାମାଳ ଓ ତାରଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେବଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ରବିବାର ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସେମ୍‌‌ ହେମ୍ରମଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ଉପରୋକ୍ତ ୪ଟି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଦେବଗଡ଼ ଜିଲା ପ୍ରତି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଉପରେ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ଯାଏଁ ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଲୋକଙ୍କ ସହିତ ନେତାମାନେ ଯୋଡି ହେବା ପାଇଁ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଛି। କଂଗ୍ରେସ ନେତା ଓ କର୍ମୀମାନେ ଘରକୁ ଘର ଯାଇ ଲିଫ୍‌‌ଲେଟ୍‌‌ ବାଣ୍ଟିବା ସହ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେହିପରି ବିଭିନ୍ନ ଗ୍ରାମର ଗ୍ରାମବାସୀ ମାନଙ୍କୁ ଲିଫ୍‌‌ଲେଟ୍‌‌ ବଣ୍ଟନ କରି ଦଳ ପକ୍ଷରୁ ସଚେତନ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରିଆମାଳ ବ୍ଲକ କଂଗ୍ରେସ ସବାପତି ସୁଶାନ୍ତ କୁମାର ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ଗାନ୍ଧୀ ଚରଣ ସାହୁ, ଜିଲା ଯୁବ କଂଗ୍ରେସ ସଭାପତି ସଲମାନ ହେନେଜ, ଜିଲା ଛାତ୍ର କଂଗ୍ରେସ ସଭାପତି ଆନନ୍ଦ କୁଲା, ଦେବେନ୍ଦ୍ର ଗଡ଼ନାୟକ, ନରୋତମ ବେହେରା, ମଦନ ମୋହନ ସାହୁ , ଲିଙ୍ଗରାଜ ଭୋଇ ଓ ପଞ୍ଚୁ ଉଦାବରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ।

Show More

Related Articles

Back to top button