ମନୋରଞ୍ଜନ

ସିଦ୍ଧାର୍ଥଙ୍କ ମା’ଙ୍କ ବୟାନ: ‘ରାତିରେ ଭଲ ଥିଲା, ସକାଳୁ ଆଉ ଉଠିଲାନି’

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ସବୁଦିନ ପାଇଁ ଗଭୀର ନିଦରେ ଶୋଇ ପଡିଛନ୍ତି। ଗୁରୁବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି।

ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ମୁମ୍ବାଇ କୂପର ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କହିଛନ୍ତି। ତେବେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ପୋଲିସ ମାମଲାରେ ସମସ୍ତ ନିକଟ ସମ୍ପର୍କୀୟଙ୍କୁ ପଚରାଉଚୁରା କରୁଛି। ସିଦ୍ଧାର୍ଥ ଶୁକ୍ଲାଙ୍କ ମା’ ମଧ୍ୟ ପୁଅ ମୃତ୍ୟୁକୁ ନେଇ ବୟାନ ଦେଇଛନ୍ତି।ମାମଲାରେ ପୋଲିସ ପୂର୍ବରୁ ହିଁ କୌଣସି ଫାଉଲ ପ୍ଲେ ନଥିବା କହିଛି।

ସିଦ୍ଧାର୍ଥଙ୍କ ମା’ ନିଜ ବୟାନରେ କହିଛନ୍ତି ଯେ, ରାତିରେ ସିଦ୍ଧାର୍ଥ ପୁରା ଭଲ ଥିଲେ। ରାତିରେ ଭୋଜନ ପରେ ସେ ଶୋଇବାକୁ ଚାଲିଗଲା। କିନ୍ତୁ ସକାଳୁ ଆଉ ଉଠିଲେନି। ଏହା ପୂର୍ବରୁ ଅଭିନେତାଙ୍କ ପରିବାର ସ୍ପଷ୍ଟ କରିଥିଲା ଯେ ସିଦ୍ଧାର୍ଥ କୌଣସି ମାନସିକ ଚାପରେ ନଥିଲେ।ସୂଚନା ଅନୁଯାୟୀ, ସିଦ୍ଧାର୍ଥ ରାତିରେ କିଛି ଔଷଧ ଖାଇ ଶୋଇଥିଲେ। ସକାଳେ ତାଙ୍କ ମା’ କବାଟ ବାଡେଇବାରୁ ଭିତରୁ କିଛି ଜବାବ ଆସିନଥିଲା। ତାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲ ପ୍ରଶାସନ ତାଙ୍କୁ ମୃତ ଘୋଷିତ କରିଥିଲା।

Show More

Related Articles

Back to top button