Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ତିନି ରଙ୍ଗରେ ଝଲସିଲା ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର ।

୨- ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୩- ଏମ୍ସକୁ ଆସିଲା ଉଚ୍ଚମାନର ପେଟ୍‌ ସିଟି ସ୍କାନ୍‌ ମେସିନ: ଏଣିକି କମ୍‌ ଖର୍ଚ୍ଚ ହୋଇପାରେ କର୍କଟ ରୋଗର ପରୀକ୍ଷଣ ।

୪- ବିନା ଛୁଞ୍ଚିରେ ଶିଶୁଙ୍କ ଟୀକାକରଣ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହେଲା Virtual Training ।

୫- ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଥ୍ ବଦଳରେ ବ୍ଲକରେ ହେବ ଭୋଟ ଗଣତି । ଭୋଟ ବାକ୍ସ ପାଇଁ ବ୍ଲକ ସ୍ତରରେ ପ୍ରସ୍ତୁତ କରାଯିବ ଷ୍ଟ୍ରଙ୍ଗ ରୁମ୍ ।

୬- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଅଞ୍ଚଳର ୩ ଜଣ ଲୋକଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ ଧରିବାରେ ସଫଳ ହେଲେ ଛତିଶଗଡ ରାଜ୍ୟର ସିହାଞ୍ଚା ବନ ବିଭାଗ ।

୭- ଧାରା-୩୭୦ ଉଚ୍ଛେଦ ପରେ ଆଜିଠାରୁ ତିନିଦିନ ପାଇଁ ପ୍ରଥମ ଥର ଜମ୍ମୁକଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

୮- ନଭେମ୍ବର ୨୯ରୁ ବସିବ ଏଥର ସଂସଦର ଶୀତ ଅଧିବେଶନ । ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏହି ସମୟ ମଧ୍ୟରେ ରହିବ ୨୦ଟି କାର୍ଯ୍ୟଦିବସ ।

୯- ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଜାମ୍ମୁ-କାଶ୍ମୀର ସରକାର । ଏଣିକି ମାଙ୍କ ଦର୍ଶନ ପାଇଁ ଭେଲିଡ ଓ ଭେରିଫାଇଡ ଆରଟି-ପିସିଆର ଓ ରାପିଡ ଆଣ୍ଟିଜେନ ଟେଷ୍ଟ ଅନିବାର୍ଯ୍ୟ ।

୧୦- ଖୋର୍ଦ୍ଧା ରୁ ୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବିପୁଳ ପରିମାଣର କଫ ସିରାପ ହେଲା ଜବତ ।

୧୧- ଖୁବ ଶୀଘ୍ର Bollywood ରେ ଡେବ୍ୟୁ କରିବେ ‘Manike Mage Hithe’ ଗାୟିକା Yohani । ଏହି ଗୀତ ଇ-ଣ୍ଟ-ର-ନେ-ଟ-ରେ ଭା-ଇ-ରା-ଲ ହେବା ପରେ ସାରା ଦୁନିଆ ପାଇଁ ସେ ପାଲଟି ଯାଇଥିଲେ ସେଲିବ୍ରିଟି ।

୧୨- ମୟୁରଭଞ୍ଜରେ ସ୍ମାର୍ଟ ହେଲଥ କାର୍ଡ ସହ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ ।

୧୩- ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପୂର୍ବତନ ଉପ-ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଶେଷକୃତ୍ୟ ।

୧୪- ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ ମହଲା ବିଲ୍ଡିଂର ୧୯ ମହଲାରେ ଲାଗିଲା ନିଆଁ, ଓହ୍ଲାଇବାବେଳେ ଖସିପଡି ଯୁବକଙ୍କର ହେଲା ମୃତ୍ୟୁ ।

୧୫- କ୍ୟାପ୍ଟେନଙ୍କ ପାକିସ୍ତାନୀ ବାନ୍ଧବୀ ଏବଂ ଆଇଏସ୍ଆଇ କନେକ୍ସନ୍‌ ଖୋଜିବେ ପଞ୍ଜାବ ସରକାର, ତଦନ୍ତ ପାଇଁ ଡିଜିପିଙ୍କୁ ଦେଲେ ନିର୍ଦ୍ଦେଶ ।

୧୬- ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାର ବଡ ପ୍ରସ୍ତୁତି,ଏଣିକି ଡ୍ରୋନ ଗ୍ରୀଡ ମାଧ୍ୟମରେ ଶତୃ ଉପରେ ରଖିବ ନଜର ।

୧୭- ମୋଦି ସରକାର ନେଲେ ବଡ଼ ନିଷ୍ପତି, ଏଣିକି ଛୁଟିରେ ଥିବା ସୈନିକମାନଙ୍କର ଆକ୍ରମଣରେ ମୃତ୍ୟୁ ଘଟିଲେ ଅନ୍ ଡ୍ୟୁଟି ଧରାଯିବ ।

୧୮- ୪୯ ଦିନ ପରେ ଟ୍ୱିଟ କରି ପାକିସ୍ତାନକୁ କଡା ଟାର୍ଗେଟ କଲେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

୧୯- କରୋନା କାରଣରୁ ବାତିଲ ହୋଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଜୁଲାଇ ୧ ତାରିଖ ୨୦୨୨ରୁ ଏଜବେଷ୍ଟନ୍ ଠାରେ ଅନୁଷ୍ଠିତ ହେବ ।

୨୦- ଆୟର୍ଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ଐତିହାସିକ ବିଜୟ ସହ ପ୍ରଥମଥର ସୁପର୍-୧୨ରେ ପାଦ ଦେଲା ନାମିବିଆ ।

୨୧- ଟି୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚ : ଗ୍ରୁପ-ବିର ଏକ ମ୍ୟାଚରେ ଶ୍ରୀଲଙ୍କା ନେଦରଲାଣ୍ଡକୁ ୮ ଓ୍ୱିକେଟରେ କଲା ପରାସ୍ତ । ଏହା ସହିତ ଶ୍ରୀଲଙ୍କା ଗ୍ରୁପ-ଏର ପ୍ରଥମ ସ୍ଥାନରେ ରହି ସୁପର-୧୨ରେ କଲା ପ୍ରବେଶ ।

Show More

Related Articles

Back to top button