Breaking PLUS

ଟିଭି ପରଦାରେ ଆଲିଙ୍ଗନ ଦୃଶ୍ୟ ବ୍ୟାନ୍

ଏଣିକି ଟିଭି ପରଦାରେ ଆସିବନି ଆଲିଙ୍ଗନ ଦୃଶ୍ୟ । ପ୍ରେମର ମୁହୂର୍ତ୍ତ ହେଉ କି ବେଡ଼ରୁମର, ଦର୍ଶକ ଦେଖିବାକୁ ପାଇବେ ନାହିଁ ସେଭଳି ଦୃଶ୍ୟ । ତେବେ ଏମିତି ନିୟମ ଲାଗୁ ହୋଇଛି ପାକିସ୍ତାନରେ । ପାକିସ୍ତାନର ଟିଭି ଚ୍ୟାନେଲମାନଙ୍କରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମରେ ଅଶ୍ଳୀଳତା ବଢୁଥିବାବେଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବାବଦରେ ଦର୍ଶକମାନେ ବାରମ୍ବାର ଅଭିଯୋଗ କରିବା ପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ରେଗୁଲେଟରି ଅଥରିଟି ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ତେବେ ନିର୍ଦ୍ଦେଶାବଳୀକୁ କିଛି ଲୋକ ବିରୋଧ କରିଥିବାବେଳେ କିଛି ଲୋକ ସମର୍ଥନ କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଟିଭି ଚ୍ୟାନେଲମାନେ ପ୍ରସାରିତ କରୁଥିବା ଧାରାବାହିକରେ ଆଲିଙ୍ଗନ ଦୃଶ୍ୟ ଦେଖାଇବେ ନାହିଁ । ଅଥରିଟି ପକ୍ଷରୁ କୁହାଯାଇଛି ଯେ ଧାରାବାହିକରେ ଦିନକୁ ଦିନ ଅଶ୍ଳୀଳତା ବଢୁଥିବା ଯୋଗୁଁ ଦେଶସାରା ଅଭିଯୋଗ ଆସିବାରେ ଲାଗିଛି । ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

କୌଣସି ଧାରାବାହିକ ପ୍ରସାରିତ କରିବା ପୂର୍ବରୁ ଟିଭି ଚ୍ୟାନେଲର ମନିଟରିଂ କମିଟି ମାଧ୍ୟମରେ ପ୍ରସାରଣ ଯୋଗ୍ୟ ବୋଲି ଅନୁମୋଦନ କରିବାକୁ ପଡିବ । ଏହା ସହ ମନିଟରିଂ କମିଟି ଯଦି କୌଣସି ପରିବର୍ତ୍ତନ କରିବାକୁ କହିବେ, ତାହାକୁ ଏଡିଟିଂ କରାଯାଇ ହିଁ ପ୍ରସାରଣ କରାଯିବାକୁ ନିର୍ଦ୍ଦେଶ ।

Show More

Related Articles

Back to top button