Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶାର ଗଜପତି ଜିଲାର ମାରିଙ୍ଘି ଗ୍ରାମରେ ଚିଙ୍ଗୁଡି ପ୍ରକ୍ରିୟାକରଣକାରୀ କୋଷ୍ଟାଲ କର୍ପୋରେସନର ଇଥାନଲ ପ୍ରକଳ୍ପ କାର୍ଯ୍ୟ ହେଲା ଶୁଭାରମ୍ଭ ।

୨- ଟଳିଲା ବଡ ବିପଦ, ଦୁର୍ବଳ ହେଲା ‘ଜୱାଦ’ ।  ସ୍ଥଳଭାଗ ପହଞ୍ଚିବା ପୂର୍ବରୁ ଦୁର୍ବଳ ହୋଇଯିବ ଓ ଗଭୀର ଅବପାତ ରୂପରେ ଉପକୂଳ ଅତିକ୍ରମ କରିବ ।

୩- ଏଣିକି ୫ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ କୌଣସି ବାୟୋମେଟ୍ରିକ ଡିଟେଲ୍ସ ଆବଶ୍ୟକ ପଡ଼ିବ ନାହିଁ । UIDAI ପକ୍ଷରୁ ଆସିଲା ନୂଆ ନିୟମ ।

୪- ରାଜ୍ୟର ପ୍ରତି ବ୍ଲକ୍‌ରେ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍‌, ପ୍ରତି ୟୁନିଟ୍‌କୁ ୧୮-୨୦ଲକ୍ଷ ଟଙ୍କାର ଆର୍ଥିକ ଋଣ ଯୋଗାଇବେ ରାଜ୍ୟ ସରକାର ।

୫- ଉତ୍ତରାଖଣ୍ଡରେ ୧୮,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୬- ବିଧାନସଭାରେ ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ଙ୍କ ହଙ୍ଗାମା, ସୋମବାର ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ।

୭- ହୀରାକୁଦ ଜଳରାଶି ଉପରେ ହେବ ୪୦ ମେଗାୱାଟ କ୍ଷମତାର ଭାସମାନ ସୌର ଶକ୍ତି ପ୍ରକଳ୍ପ । ଖର୍ଚ୍ଚ ହେବ ଦୁଇ ଶହ କୋଟି ଟଙ୍କା ।

୮- ଆସନ୍ତା ୯ ତାରିଖରେ କନିଆଁ ସାଯିବେ କ୍ର୍ୟାଟ୍ରିନା କୈଫ ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବେ ।

୯- ଦୁର୍ବଳ ହୋଇଯାଇଥିବା ବାତ୍ୟା ‘ଜୱାଦ୍‌’ ପ୍ରଭାବରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।

୧୦- କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଓଡିଶା ସମେତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ମିଜୋରାମ୍, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ସତର୍କ ରହିବା ପାଇଁ କେନ୍ଦ୍ର ସରକାର ଦେଲେ ଚେତାବନୀ ।

୧୧- ଆମେଠିରେ ନିର୍ମିତ ହେବାକୁ ଥିବା ଏକେ-୨୦୩ ରାଇଫଲ ନିର୍ମାଣକୁ ମିଳିଲା ମଞ୍ଜୁରୀ । ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା ଶତ୍ରୁଙ୍କର ଲକ୍ଷ୍ୟଭେଦ କରିବାକୁ ହେବ ସକ୍ଷମ ।

୧୨- ମାହାଙ୍ଗା ଡବଲ ମର୍ଡର ଘଟଣା : ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ । ୧୦ ତାରିଖ ସୁଦ୍ଧା ସମସ୍ତ ରିପୋର୍ଟ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ ।

୧୩- ଦେଶରେ ଆଉ ଜଣେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ, ବ୍ୟକ୍ତି ଜଣଙ୍କ ହେଲେ ଗୁଜୁରାଟ ଜାମନଗରର । ସେ ୨ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।

୧୪- MSP ବାବଦରେ ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ର ୫ଜଣିଆ କମିଟି ଗଠନ ।

୧୫- ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୨ ଜଣ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଇଲା ସଂଯୁକ୍ତ କିସାନ୍ ମୋର୍ଚ୍ଚା ।

୧୬- ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତାମିଲନାଡୁ ରାଜ୍ୟପାଳ କୋନୀଜେତି ରୋସେୟାଙ୍କର ଗତକାଲି ୮୮ ବର୍ଷ ବୟସରେ ହେଲା ପରଲୋକ ।

୧୭- ବଙ୍ଗଳା ସରକାରଙ୍କୁ କଲିକତା ହାଇକୋର୍ଟଙ୍କ ନିର୍ଦେଶ । ଏଣିକି ସମସ୍ତ ନାଗରିକ ସଂସ୍ଥାକୁ ନିର୍ବାଚନ କରିବାକୁ ଥିବା ସମସ୍ତ ଯୋଜନା ବିଷୟରେ କୋର୍ଟଙ୍କୁ ଦେବେ ସୂଚନା ।

୧୮- ଜାମ୍ମକାଶ୍ମୀରର ବଡଗାମ୍‌ ଜିଲ୍ଳାରେ ଲସ୍କର-ଏ-ତୋୟବାର ଆତଙ୍କବାଦୀ ହେଲା ଗିରଫ ।

୧୯- ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ବୋଲରଙ୍କ କମାଲ । ୬୨ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍ ପରେ ,ଭାରତର ଦ୍ୱିତୀୟ ଇଂନିସ ସ୍କୋର ୬୯/୦ । ସେହିପରି ଭାରତୀୟ ଦଳ ପ୍ରଥମ ଇଂନିସ ରେ ୩୨୫ ରନରେ ଅଲଆଉଟ୍ ହୋଇଥିଲା ।

୨୦- ଓମ୍ରିକନ ସଂକଟ ସ୍ଵତ୍ତ୍ୱେ ସାଉଥ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଖେଳିବ ଟେଷ୍ଟ, ଦିନିକିଆ ଓ ଟି-୨୦ । ଏନେଇ ସ୍ପଷ୍ଟ କଲେ ବିସିସିଆଇ ସେକ୍ରଟାରୀ ଜୟ ଶାହ ।

୨୧- ଆସନ୍ତା ଡିସେମ୍ବର ୨୬ରୁ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ହେବ । ଏନେଇ ବିସିସିଆଇ କଲା ସ୍ପଷ୍ଟ ।

୨୨- କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ : ଆଜି କାଂସ୍ୟ ପଦକ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହେବ ମୁକାବିଲା ।

୨୩- ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ୱିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ୱିକେଟ ନେବାରେ ହେଲେ ଦ୍ରୁତ ସ୍ପିନର ।

Show More

Related Articles

Back to top button