ବାଣିଜ୍ୟ

ଥାଇରଏଡ୍ ଯୋଗୁଁ ପୁରୁଷଙ୍କ ମଧ୍ୟରେ ଦେଖାଦେଇଥାଏ ଗମ୍ଭୀର ସମସ୍ୟା: କରନ୍ତୁନି ଏହିସବୁ କାମ

ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ ଥାଇରଏଡ ସମସ୍ୟା ଦେଖିବାକୁ ମିଳୁଛି। ଏହାର ଅନେକ ଲକ୍ଷଣ ଅଛି ଯାହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ତେବେ କିଛି ଲକ୍ଷଣ କେବଳ ପୁରୁଷଙ୍କ ମଧ୍ୟରେ ନଜର ଆସିଥାଏ।

ହାଇପୋଥାଇରଏଡିଜିମ୍ ପୁରୁଷମାନଙ୍କଠାରେ କମ୍ ଟେଷ୍ଟୋଷ୍ଟେରନ୍ ହର୍ମୋନ, ଦୁର୍ବଳ ଏକାଗ୍ରତା ଏବଂ ମାଂସପେଶୀରେ ଯନ୍ତ୍ରଣା ସମସ୍ୟା ହୋଇଥାଏ। ଏହି ଲକ୍ଷଣକୁ ନଜରଅନ୍ଦାଜ କରିବା ଭାରି ପଡିପାରେ।

ଥାଇରଏଡ ହର୍ମୋନ ଅନିୟନ୍ତ୍ରିତ ହେଲେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ଅନିୟନ୍ତ୍ରିତ ହର୍ମୋନ ହାଇ କୋଲେଷ୍ଟ୍ରୋଲ, ଓଜନ ବୃଦ୍ଧି, ହାଇପୋଥାଇରଏଡିଜିମ୍ ଓ ହାଇପୋଥାଇରଏଡିଜିମର କାରଣ ହୋଇପାରେ।

ପୁରୁଷଙ୍କ ମଧ୍ୟରେ ଥାଇରଏଡର ଲକ୍ଷଣ – ଥାଇରଏଡ ଯୋଗୁଁ ପୁରୁଷଙ୍କ ମାଂସପେଶୀରେ ଯନ୍ତ୍ରଣା, ଥକାପଣ, ଦୁର୍ବଳତା, ଲଗାତାର ଓଜନ ବଢିବା ବା କମିବା, ଟେଷ୍ଟୋଷ୍ଟେରନ୍ ହର୍ମୋନର ସ୍ଥର କମିବା, ଡିପ୍ରେସନ, କେଶ ଝଡ଼ିବା, ହାଇ କୋଲେଷ୍ଟ୍ରୋଲ ସମସ୍ୟା ହୋଇପାରେ।

ତରତର ହୋଇ ଭୋଜନ କରନ୍ତୁ ନାହିଁ – ତରତର ହୋଇ ଭୋଜନ ନ କରି ଭଲ ଭାବେ ଚୋବେଇ ଖାଆନ୍ତୁ। ଏହାଦ୍ୱାରା ଥାଇରଏଡ ଗ୍ରନ୍ଥିକୁ ଭୋଜନକୁ ଶକ୍ତିରେ ବଦଳାଇବାରେ ସାହାଯ୍ୟ ମିଳିଥାଏ ଏବଂ ଆବଶ୍ୟକତା ଠାରୁ ଅଧିକ ଭୋଜନ ମଧ୍ୟ କରନ୍ତୁ ନାହିଁ।

ଧୂମପାନ କରନ୍ତୁ ନାହିଁ – ସିଗାରେଟରେ ଥାୟୋସାଇନେଟ୍ ଏବଂ ନିକୋଟିନ୍ ଥାଏ। ଏହା ଆୟୋଡିନର ନିର୍ଗମନକୁ ବଢ଼ିଥାଏ ଯାହା ଥାଇରଏଡ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ସେଥିପାଇଁ ଧୂମପାନ କରନ୍ତୁ ନାହିଁ।

କ୍ୟାଫେନ ସେବନ କରନ୍ତୁ ନାହିଁ – ଥାଇରଏଡ ପୀଡିତ କ୍ୟାଫେନ ଯୁକ୍ତ ପାନୀୟ ସେବନ କରିବା ଉଚିତ ନୁହେଁ। କ୍ୟାଫେନ ସେବନ ଥାଇରଏଡ ହର୍ମୋନକୁ ଅସନ୍ତୁଳିତ କରିଥାଏ।

ଭିଟାମିନ ଏ ଯୁକ୍ତ ଖାଦ୍ୟ ଖାଆନ୍ତୁ – ଭିଟାମିନ ଏ ଥାଇରଏଡ ନିୟନ୍ତ୍ରଣ କରିବାକୁ ସବୁଠାରୁ ଭଲ ବିକଳ୍ପ। ନ୍ୟୁଟ୍ରିସନ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଭିଟାମିନ ଏ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଡାଏଟରେ ଗାଜର, ଅଣ୍ଡା, ପାଳଙ୍ଗ ଶାଗ ଆଦି ସାମିଲ କରନ୍ତୁ।

ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ – ନିୟମିତ ଯୋଗ ଓ ବ୍ୟାୟାମ କରିବା ଥାଇରଏଡ ରୋଗୀଙ୍କ ପାଇଁ ହିତକର। ଥାଇରଏଡ ଜଡିତ ସମସ୍ୟାରୁ ମୁକ୍ତ ହେବାକୁ ନିୟମିତ ଯୋଗ କରନ୍ତୁ।

Show More

Related Articles

Back to top button