ସଂକ୍ଷିପ୍ତ ସମ୍ବାଦ

୧- ଆଜି ଅନୁଗୁଳ-ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନୂଆ ସ୍ମାର୍ଟ ହେଲଥ କାର୍ଡ ବିତରଣ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨- ଆଜି ସକାଳ ୧୧ଟାରେ ପ୍ରକାଶ ପାଇଛି ଯୁକ୍ତ ୨ ଅଫଲାଇନ ପରୀକ୍ଷା ଫଳ । ପରୀକ୍ଷାଫଳ ୱେବସାଇଟ www.orissaresults.nic.in ରେ ଉପଲବ୍ଧ ହୋଇଥିଲା ।
୩- ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଚିତ ଇନ୍ଦୋର ଠାରେ ଏସିଆ ମହାଦେଶର ସବୁଠାରୁ ବଡ଼ ବାୟୋ ସିଏନଜି ପ୍ଲା୍ଣ୍ଟ ହେଲା ନିର୍ମାଣ । ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ଲାଣ୍ଟରେ ଦୈନିକ ୧୮ ହଜାର ଲିଟର ବାୟୋ ସିଏନଜି ଗ୍ୟାସ ଉତ୍ପାଦନ ହେବ ।
୪- ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ । ଆନ୍ଦୋଳନରତ କୃଷକଙ୍କୁ ନିଜ ନିଜ ଘରକୁ ଫେରି ଯିବାକୁ କଲେ ଅନୁରୋଧ ।
୫- ଆଜି ସାରା ଦେଶରେ ‘କିଷାନ ବିଜୟ ଦିବସ’ ପାଳନ କରିବ କଂଗ୍ରେସ, ସମସ୍ତ ରାଜ୍ୟରେ ହେବ ରାଲି ।
୬- ଶୀଘ୍ର ଜେଲ୍ରୁ ମୁକୁଳିବେ ଦାରା ସିଂହ ! ଦାରା ସିଂହଙ୍କୁ ଜେଲରୁ ମୁକୁଳାଇବା ପାଇଁ କେସ୍ ଲଢିବେ ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ । କେନ୍ଦୁଝର ଜେଲରେ ଆଜୀବନ ସଜ୍ଜା କାଟି ସାରିବା ପରେ ମଧ୍ୟ ଆହୁରି ସାତ ବର୍ଷରୁ ଅଧିକ ସମୟ ଜେଲରେ କାଟିଲାଣି ।
୭- ଆସନ୍ତା ବର୍ଷ ଠାରୁ ବୀମା ପ୍ରିମିୟମ୍ରେ ୨୦-୪୦% ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା ରହିଛି । ନିଜର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ଲାଗି କଂପାନିଗୁଡ଼ିକ ପ୍ରିମିୟମ୍ ଆୟ ବଢ଼ାଇବାକୁ ଚାହୁଛନ୍ତି ।
୮- ରତ୍ନଭଣ୍ଡାରର ଚାବିକୁ ନେଇ ଦ୍ୱନ୍ଦ୍ୱ ବଢ଼ାଇଲା ଆରଟିଆଇ ତଥ୍ୟ । ୧୯୭୦ରୁ ଚାବି ନଥିବା ଜିଲ୍ଲାପାଳଙ୍କୁ ଜଣାଇଥିଲା ଟ୍ରେଜେରୀ ଅଫିସ ।
୯- ବଢିଲା ଭାରତୀୟ ବାୟୁସେନାର ଶକ୍ତି, ସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର । ସେନାକୁ ଅର୍ପଣ କଲେ ପ୍ରଧାନମନ୍ତ୍ରୀ । ଏହି ହେଲିକପ୍ଟର ମାଇନସ୍ ୫୦ ଡିଗ୍ରୀ ବରଫାବୃତ ଅଞ୍ଚଳରେ ଏବଂ ୫୦ ଡିଗ୍ରୀ ଉତ୍ତପ୍ତ ମରୁଭୂମିରେ ବି ଅବତରଣ କରିପାରିବ ।
୧୦- ସର୍ବଭାରତୀୟ ସ୍ତରରେ ଗଞ୍ଜାମର ଗାଙ୍ଗପୁର ଥାନାକୁ ମିଳିଲା ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା ।
୧୧- ଆରଏମଆରସି ସର୍ଭେରୁ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ଆଉ ନାହିଁ ଶିଶୁଙ୍କୁ କୌଣସି ଅଧିକ ଡର ।
୧୨- ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବର୍ଷା ପ୍ରଭାବରେ ତିରୁପତି ମନ୍ଦିରରେ ପଶିଲା ପାଣି । ବର୍ଷା ଯୋଗୁଁ ଯୋଗାଯୋଗ ହେଲା ବିଚ୍ଛିନ୍ନ ।
୧୩- ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାରେ ଚେୟେରୁ ନଦୀରେ ହଠାତ ବନ୍ୟା ଆସିବାରୁ ୩ ଜଣଙ୍କ ମୃତ୍ୟୁ, ୩୦ ରୁ ଅଧିକ ନିଖୋଜ, ଆଲର୍ଟ ଜାରି କଲା ପ୍ରଶାସନ ।
୧୪- ଲକ୍ଷ୍ନୌରେ ଆଜି ପୁଲିସ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଡିଜିପି ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୧୫- ଆମେରିକା ଉପରାଷ୍ଟ୍ରପତି କମଳା ହାରିସ କିଛି ଦିନ ପାଇଁ ଆମେରିକାର ରାଷ୍ଟ୍ରପତି ହେବେ । ରାଷ୍ଟ୍ରପତି ଜୋ ବାଇଡେନ୍ ହାରିସଙ୍କୁ ଏହି କ୍ଷମତା ହସ୍ତାନ୍ତର କରିବେ । ବାଇଡେନ୍ ତାଙ୍କର ରୁଟିନ୍ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଯାଇଥିବାରୁ ତାଙ୍କ ସ୍ଥାନରେ ହାରିସ ଦାୟିତ୍ୱ ସମ୍ଭାଳିବେ ।
୧୬- ଧରାପଡିଗଲା ପାକିସ୍ତାନର ଚାଲ ! ଋଷିଆକୁ ଧୋକାରେ ରଖି କିଣୁଥିଲା ପରମାଣୁ ବୋମା ପ୍ରସ୍ତୁତି ସାମଗ୍ରୀ । ଘଟଣା ଜଣାପଡିବା ପରେ ଋଷିଆ କମ୍ପାନୀ ପାକିସ୍ତାନ ସହ ରାଜିନାମା କଲା ରଦ୍ଦ ।
୧୭- ୟୁରୋପରେ ପୁଣି ବ୍ୟାପିଲା କରୋନା: ପ୍ରଥମ ୟୁରୋପୀୟ ଦେଶ ଭାବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ପଦକ୍ଷେପ ନେଲା ଅଷ୍ଟ୍ରିଆ ।
୧୮- ୨ୟ ଟି-୨୦ରେ ରୋହିତ-ରାହୁଲଙ୍କ ଦମଦାର ପାର୍ଟନରସିପ, ନ୍ୟୁଜିଲାଣ୍ଡକୁ ୭ ଓ୍ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ । ଏହାସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଟି-୨୦ ସିରିଜରେ ମଧ୍ୟ ବିଜୟୀ ହୋଇଛି ଭାରତ ।
୧୯- ଅଷ୍ଟ୍ରେଲିଆ ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିଲେ ଟିମ୍ ପେନ୍ । ସେପଟେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡି’ଭିଲିୟର୍ସ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ନେଲେ ଅବସର ।