Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଚିହ୍ନଟ ହେଲେ ୨୦୫ ନୂଆ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୦୫ ଜଣ ନୂଆ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ମଧ୍ୟରେ ରହିଛନ୍ତି ୪୫ ଜଣ ଆକ୍ରାନ୍ତ । ସେହିପରି ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୮୬ ଜଣ ।

ତେବେ ୨୦୫ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ, ବାଲେଶ୍ୱରରୁ – ୫, ବରଗଡରୁ ଜଣେ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ- ୫, କଟକରୁ – ୧୦,ଦେବଗଡରୁ ଜଣେ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ – ୩, ଯାଜପୁରରୁ – ୬, କଳାହାଣ୍ଡିରୁ- ୩, କେନ୍ଦ୍ରାପଡ଼ାରୁ – ୨,କେନ୍ଦୁଝରରୁ- ୨, ଖୋର୍ଦ୍ଧାରୁ- ୧୦୭, ମୟୂରଭଞ୍ଜରୁ- ୫, ନୟାଗଡରୁ- ୪, ପୁରୀରୁ ଜଣେ, ରାୟଗଡାରୁ ଜଣେ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ – ୨୨ଏବଂ ଷ୍ଟେଟ ପୁଲରୁ – ୨୪ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୨୩୦ ରହିଛି ଏବଂ ବର୍ତ୍ତମାନ ୨୩୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Show More

Related Articles

Back to top button