Breaking PLUSଦେଶ ବିଦେଶ

ଶିବରାଜଙ୍କୁ କରୋନା

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ଆକ୍ରାନ୍ତ, ଟୁଇଟ୍ କରି ଜଣାଇଲେ

() ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ତାଙ୍କର ନମୁନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଶିବରାଜ ଚୌହାନ ଓ ଏଏନ୍ ଆଇ ପକ୍ଷରୁ ଟୁଇଟ୍ କରି କରାଯାଇଛି। ‌

ଟୁଇଟରେ ଶିବରାଜ ଲେଖିଛନ୍ତି, ମୋର ପ୍ରିୟ ରାଜ୍ୟବାସୀ, ମୋ ଶରୀରରେ କୋଭିଡ-୧୯ର ଲକ୍ଷଣ ଦେଖାଯାଉଥିଲା।   ମୁଁ ସ୍ୱାବ ନମୁନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ମୁଁ ମୋର ସବୁ ସାଥୀମାନଙ୍କୁ ଅନୁରୋଧ କରୁଛି କି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ ପରୀକ୍ଷା କରାଇ ନିଅନ୍ତୁ ଓ ନିଜକୁ ସଙ୍ଗରୋଧରେ ରଖନ୍ତୁ।

Show More

Related Articles

Back to top button