ଦେଶ ବିଦେଶ

ଡଃ. କାଲାମଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ; ମନେପଡ଼ନ୍ତି କାଲାମ

ସେ ଥିଲେ ଲୋକମାନଙ୍କ ରାଷ୍ଟ୍ରପତି, ଭାରତର ମିଶାଇଲ ମ୍ୟାନ, ସମସ୍ତଙ୍କ ପାଇଁ ସେ ଥିଲେ ପ୍ରେରଣାଦାୟୀ ପୁରୁଷ। ମହାନ ମହାପୁରୁଷଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷୀକି।

ନୂଆଦିଲ୍ଲୀ : ସେ ଥିଲେ ଲୋକମାନଙ୍କ ରାଷ୍ଟ୍ରପତି, ଭାରତର ମିଶାଇଲ ମ୍ୟାନ, ସମସ୍ତଙ୍କ ପାଇଁ ସେ ଥିଲେ ପ୍ରେରଣାଦାୟୀ ପୁରୁଷ। ଆଜି ସେହି ମହାନ ମହାପୁରୁଷଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ। ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏ.ପି.ଜେ ଅବଦୁଲ କାଲାମଙ୍କ ଶ୍ରାଦ୍ଧବାର୍ଷୀକି ଅବସରରେ ଅନେକ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଡଃ. କାଲାମଙ୍କ ବ୍ୟକ୍ତିତ୍ୱ ‘ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା’କୁ ନେଇ ସମସ୍ତେ ବେଶ ଅନୁପ୍ରାଣିତ ହୋଇଛନ୍ତି। ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ କାଲାମଙ୍କ ଅବଦାନକୁ ନେଇ ଆଜି ବି ଦେଶ ତାଙ୍କୁ ଝୁରୁଛି।
୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମ ଠାରେ ଡଃ କାଲାମଙ୍କ ଜନ୍ମ। ୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି ଭାବରେ ଦେଶରେ ସେବା ପ୍ରଦାନ କରିଛନ୍ତି। ୧୯୯୮ ମସିହାରେ ପୋଖରାଣ-II ପରମାଣୁ ପରୀକ୍ଷଣରେ କାଲାମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଏବଂ ୧୯୯୭ରେ ଭାରତ ରତ୍ନ ସମ୍ନାନରେ ସମ୍ମାନିତ କରାଯାଇଥିଲା। ତାଙ୍କର ପୁସ୍ତକ ‘ୱିଙ୍ଗ୍ ଅଫ୍ ଫାୟାର’ ଏବଂ ‘ଇଗ୍ନିଟେଡ୍ ମାଇଣ୍ଡସ୍’ ଅନେକଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

Show More

Related Articles

Back to top button