Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ରାମମନ୍ଦିର ପରିସରରେ ପହଞ୍ଚିଲେ କାଞ୍ଚି କାମକୋଟି ପୀଠର ଶଙ୍କରଚାର୍ଯ୍ୟ ସରସ୍ୱତୀ

ଅଯୋଧ୍ୟା, 21 ଜାନୁଆରୀ – କାଞ୍ଚି କାମକୋଟି ପୀଠର ପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ବିଜେନ୍ଦ୍ର ସରସ୍ୱତୀ ରବିବାର ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ପହଞ୍ଚିଛନ୍ତି । ମନ୍ଦିର ପରିସରରେ ପହଞ୍ଚିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ତାଙ୍କ ସ୍ୱାଗତ କରିଥିଲେ । ବୈଦିକ ମନ୍ତ୍ରୋଚାର ସହିତ ସ୍ୱାଗତ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଜ ସହିତ ଘଟରେ ଜଳ ଆଣିଥିଲେ । ଜଳ କଳସକୁ ଯଜ୍ଞମଣ୍ଡପରେ ରଖାଯାଇଛି ।
କାଞ୍ଚି କାମକୋଟି ପୀଠର ରାମ ମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଶଙ୍କରାଚାର୍ଯ୍ୟ ବିଜେନ୍ଦ୍ର ସରସ୍ୱତୀଙ୍କ ଗୁରୁ ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ରାମମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

Show More

Related Articles

Back to top button